୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ତା :-> ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗଣମାଧ୍ୟମ ପାଇଁ ରହିଥିବା ସୁବିଧା ଏବଂ ଗଣମାଧ୍ୟମର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ହୁସେନ୍ ଖାନ, ଶୁଭେନ୍ଦୁ କୁମାର ଦାଶ, ରଜତ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ନିଜସ୍ଵ ମତ ରଖିଥିଲେ । ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ବ୍ୟବସ୍ଥା ପାଇଁ ଦାବୀ ରଖା ଯାଇଥିଲା । ଜିଲ୍ଲାପାଳ ଗଣମାଧ୍ୟମ ସହ ଜିଲ୍ଲା ପ୍ରଶାସନ ସହ ସୁସମ୍ପର୍କ ଓ ସହଯୋଗ ବିଷୟ ଉପସ୍ଥାପନ କରିଥିଲେ ।
ନୟାଗଡ଼ ଏସପି ଶ୍ରୀଯୁକ୍ତ ଜୈନ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିବା ସହ ଗଣମାଧ୍ୟମ କିଭଳି ବିକାଶ ଓ ଗଠନ ମୂଳକ କାର୍ଯ୍ୟ ପାଇଁ ଉତ୍ତରଦାୟୀ, ସେ ନେଇ ଆଲୋଚନା କରିଥିଲେ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ସାମ୍ବାଦିକଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ସଂପର୍କରେ କହିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ ।
ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ବୈଦ୍ୟ ଭୂଷଣ ମହାପାତ୍ର, ଲୋକନାଥ ମିଶ୍ର, ଉଦିତ ନାରାୟଣ ଦାଶ, ରିତେନ୍ଦ୍ର ଛାଟୋଇ, ନବ କୁମାର ମିଶ୍ର,ଅନୀଲ କୁମାର ପଣ୍ଡା, ଯଯାତି କେଶରୀ ମହାପାତ୍ର, ପ୍ରଭାତ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ଅନୱର ଅଲ୍ଲୀ, ପୁରୁଷୋତ୍ତମ ମହାପାତ୍ର, ବିଶ୍ୱ ଭୂଷଣ ମହାପାତ୍ର, ଜୟନ୍ତ ମିଶ୍ର, ରବି ଦାସ, ସୁଭାଶିଷ ପଟ୍ଟନାୟକ, ଦେବବ୍ରତ ନାୟକ, ରାକେଶ ପାଢ଼ୀ,ଦିନମଣୀ ମହାପାତ୍ର, ନିହାର ପଟ୍ଟନାୟକ, ବିଶ୍ୱଜିତ ନାୟକ, ସ୍ୱରୂପ ପଟ୍ଟନାୟକ, କୈଳାସ ସିଅ, ନିରଞ୍ଜନ ଦାସ, ମାନସ ସାହୁ, ଜିତୁ ମହାପାତ୍ର, ବିକ୍ରମ ସ୍ୱାଇଁ ଙ୍କପ୍ରମୁଖ ଉପସ୍ଥିତ ଥିଲେ.