୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗୋପାଳ ପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଳକ ଗୋପାଳ ପୁର ବଣିକ ସଂଘ ତରଫରୁ ଅନୁଷ୍ଠିତ ହୋଇଛି ମା କାଳୀ ଙ୍କ ପୂଜା ଅମବାସ୍ଯା ଦିନ ଠାରୁ ୭ଦିନ ଧରି ଏହା ମହା ସମାରୋହ ରେ ଚାଳିଛି । ଦୈନିକ ସକାଳୁ ସୂର୍ଯ୍ୟ ପୂଜା ମଧ୍ୟାହ୍ନ ରେ ଚଣ୍ଡୀ ପାଠ ହୋମ ସହିତ ପୁଷ୍ପାଞ୍ଜଳୀ ପ୍ରଭୃତି ରୀତିନୀତି ରେ ଷୋଡଶ ଉପଚାର ପୂଜା ପୂଜା ହୁଏ ।
ପୁରୋହିତ ଆଲୋକ ତ୍ରିପାଠୀ ଓ ସହିତ ମନୋରଞ୍ଜନ ପ୍ରହରାଜ ପ୍ରମୁଖ ଏହିପୂଜା କାର୍ଯ୍ୟ କରିଥିଲେ । ବ୍ଯବସାୟୀ ସଂଘ ସଭାପତି ପ୍ରଭାକର ମାଝୀ ଓ ସମ୍ପାଦକ ବୃନ୍ଦାବନ ସାହୁ ଙ୍କ ଠାରୁ ପ୍ରକାଶ ଯେ ଆଜିକୁ ୫୧ବର୍ଷ ହେଲା ମା କଳୀ ପୂଜା ଏହି ପୀଠ ରେ ହୋଇ ଆସୁଛି ।ସଂଧ୍ୟା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ।
ଆଖପାଖ ଅଞ୍ଚଳରେ କୈଣସି ସ୍ଥାନ ରେ କାଳୀପୂଜା ନାହିଁ । ସବୁଦିନ ସଂଧ୍ୟା ରେ ପ୍ରବଳ ଜନଗହଳି ହେଉଛି । ଶୃଙ୍ଖଳା ଦୃଷ୍ଟି ରୁ ପୋଲିସ୍ ମୁତୟନ କରାଯାଇଛି । ଭସାଣି ଉତ୍ସବ ଦିନ ଲଟେରୀ ଉଠାଣ ହେବ ବୋଲି କମିଟି ସଭାପତି ପ୍ରଭାକର ମାଝୀ କହିଛନ୍ତି ।