No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ର ନିଆଳି କୋର୍ଟସ ବାର ଆଶୋସିଏସନ ପକ୍ଷରୁ ଗତ ୧୧ତାରିଖରେ କର୍ମ କର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି ,ଏହି ଉପଲକ୍ଷେ ସ୍ଥାନୀୟ କୁତାମ୍ ଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ଏକ ସାଧାରଣ ବୈଠକ ରେ ବରିଷ୍ଠ ଆଇନ ଜୀବୀ ସଚିଦା ନନ୍ଦ ନାୟକ ଙ୍କ ସମେତ କବି ନାରାୟଣ ଜେନା, ସୁଧୀର କୁମାର ସ୍ବାଇଁ,

ପ୍ରଦୀପ କୁମାର କୁଣ୍ଡୁ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଆଇନ ଜୀବୀ ଉକ୍ତ ବୈଠକ ରେ ଉପସ୍ଥିତ ଥିଲେ । ଏହି ବୈଠକ ରେ କୋର୍ଟସ ବାର ଆଶୋସିଏସନ ର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ପନ୍ଥା ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇ ୨୦୨୩/୨୪ ବର୍ଷ ପାଇଁ ସଂଘର କର୍ମ କର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସର୍ବସ୍ରୀ ଜ୍ୟୋତିରଞ୍ଜନ ଚୌଧରୀ _ସଭାପତି ,

ନୃଷିହ ଚରଣ ପଣ୍ଡା _ଉପସଭାପତି , ଭରତ ସେଠି _ ସମ୍ପାଦକ ,ସୁଶାନ୍ତ କୁମାର ବିହାରୀ _ ଯୁଗ୍ମ ସମ୍ପାଦକ , ଶଶିଭୂଷଣ ଲେଙ୍କା ସହସମ୍ପାଦକ ,ପ୍ରଦୋଷ କୁମାର ସିଂହ _ କୋଷାଧ୍ୟକ୍ଷ , ବଂଶୀଧର ଦାଶ _ ପାଠାଗାର ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ଗଣେଶ ସ୍ବାଇଁ ,ରଞ୍ଜନ ଜେନା, ଅବଦୁଲ ବାରି, ଓ ଆର୍ତ୍ତତ୍ରାଣରାୟ ପ୍ରମୁଖ କର୍ମ କର୍ତ୍ତା ଭାବେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

No Result
View All Result