• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନବୀନ ସରକାରର “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ”ଏକ ନିର୍ବାଚନୀ ଥୋପ : ୟାସିର

Proprietor Abhimanyu Maharana by Proprietor Abhimanyu Maharana
November 14, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ନବୀନ ସରକାରର “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ”ଏକ ନିର୍ବାଚନୀ ଥୋପ : ୟାସିର
Share on FacebookShare on TwitterWhatsapp

ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ଓଡ଼ିଶାର ରାଜକୋଷ ଏବଂ ସାଧାରଣ ଜନତାଙ୍କର ଟିକସର ଅର୍ଥକୁ ଦଳୀୟ ପାଣ୍ଡିଭାବେ ଭାବି ଖର୍ଚ୍ଚ କରୁଛନ୍ତି ।

୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ନବୀନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ନାମରେ ଯେଉଁ ଯୋଜନା ପ୍ରଣୀତ ହୋଇଛି ଏହା କେବଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଛନ୍ତି । ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ବିଜୁ ଜନତା ଦଳ ବନ୍ଦ କରିଦେଇଛନ୍ତି । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ଅନ୍ୟାନ୍ୟ ଅଣବିଜେଡ଼ି ଛାତ୍ର ସଂଗଠନ ଏବଂ ଓଡ଼ିଶାର ଛାତ୍ର ସମାଜ ବାରମ୍ବାର ଦାବି କରିବା ସତ୍ୱେ ସରକାର ତାଙ୍କ ଜିଦିରେ ଅଟଳ ରହିବା ଦୁର୍ଭାଗ୍ୟଜନକ ।

ଏଭଳି ପରିସ୍ଥିତିରେ ଛାତ୍ର ସମାଜକୁ ଆକର୍ଷିତ କରିବା ପାଇଁ ଏବଂ ଆଗାମୀ ନିର୍ବାଚନରେ ସମର୍ଥନ ହାସଲ କରିବା ନିମନ୍ତେ ଏହି “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଉଦ୍ଦିଷ୍ଟ । ଶିକ୍ଷାନୁଷ୍ଠାନରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମର ଉନ୍ନତି ପାଇଁ ଏହି ଯୋଜନା ଅଭିପ୍ରେତ ବୋଲି କୁହାଯାଇଛି । ନେତୃତ୍ୱ, ବ୍ୟକ୍ତିଗତ ପ୍ରତିଭା ଏବଂ ଟିମ୍ ସ୍ପିରିଟ୍‌ର ବିକାଶ ପାଇଁ ଏହି ଯୋଜନାର କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ବୋଲି କୁହାଯାଇଛି । ଏଥିରେ ସମସ୍ତେ ଏକ ପରିବର୍ଦ୍ଧିତ ଗୋଷ୍ଠିରେ ନିଜକୁ ଯୋଡ଼ି ପାରିବେ ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯାଇ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରିବା ଏହି ଯୋଜନାର ଭିତିରି ଉଦ୍ଦେଶ୍ୟ । ଛାତ୍ରମାନଙ୍କ ଭିତରେ ଏହି ସବୁ କ୍ଷେତ୍ରରେ ପ୍ରତିଯୋଗିତା କରି ପୁରସ୍କାର ବଂଟନ କରାଯିବ ଏବଂ ବିଜେଡ଼ିର ନେତାମାନେ ଏଥିରେ ସଂଶ୍ଲିଷ୍ଟ ରହି ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ ।

ବିଜୁ ଛାତ୍ର ଜନତା ଦଳକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଏହା ପୂର୍ବରୁ ବିଜୁ ଯୁବବାହିନୀ ଗଠନ କରି ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଭୁଆଁ ବୁଲାଇ ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁ ଜନତା ଦଳର କର୍ମୀ ପୋଷଣ କରାଗଲା । ଆଜି ଏହି ଯୋଜନା ବନ୍ଦ ହୋଇଯାଇଛି । ସେହିଭଳି ସମନ୍ୱିତ ଯୁବ ବିକାଶ ଯୋଜନା ଏବେ ଆସିଛି । ଏଥିରେ ରାଜ୍ୟର ୬୮୭ ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନ ରହିଛି ଯେଉଁଥିରେ ସମସ୍ତ ସରକାରୀ କଲେଜ, ଅନୁଦାନପ୍ରାପ୍ତ ସରକାରୀ କଲେଜ ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅର୍ଥାତ ନିର୍ବାଚନ ପୂର୍ବରୁ ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାଧାରଣ ଲୋକଙ୍କ ଟିକସ ଅର୍ଥର ଏହି ସମନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରିବେ ।

ଆଗରୁ ଛାତ୍ର କଂଗ୍ରେସ ଘୋଷଣା କରିଛି ଯେ, ଓଡ଼ିଶାର ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଜୁ ଜନତାଦଳର ଦଳୀୟ ଅନୁଷ୍ଠାନରେ ପରିଣତ କରାଯାଉଛି । କାରଣ ଛାତ୍ର ବିଜେଡ଼ିର କର୍ମକର୍ତାମାନେ ଅନ୍ୟ ଛାତ୍ର ସଂଗଠନମାନଙ୍କୁ ଏହି ଅନୁଷ୍ଠାନ ଭିତରକୁ ପ୍ରବେଶ କରେଇ ଦେଉନାହାନ୍ତି । ନିକଟରେ ବିଜେବି କଲେଜରେ ଏନ୍‌.ଏସ୍‌.ୟୁ.ଆଇକୁ ସମର୍ଥନ କରୁଥିବା ଛାତ୍ର/ଛାତ୍ରୀମାନଙ୍କୁ କିଭଳି ଭାବରେ କଲେଜ ପରିସରରେ ଛାତ୍ର ବିଜେଡ଼ିର କର୍ମକର୍ତାମାନେ ଆକ୍ରମଣ କଲେ, ତାହା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସୁତରାଂ କେବଳ ଛାତ୍ର ବିଜେଡ଼ି ସଂଗଠନ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି । ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ସଭ୍ୟମାନେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଦୌରାତ୍ମ୍ୟ କରୁଛନ୍ତି । ବହୁ କ୍ୟାମ୍ପସରେ ଛାତ୍ରୀମାନେ ଅସୁରକ୍ଷିତ ।

ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ସଭ୍ୟମାନେ ର‌୍ୟାଗିଙ୍ଗ କରି କ୍ୟାମ୍ପସ ପରିସରରେ ଅଶାନ୍ତିର ବାତାବରଣ କରୁଥିବାବେଳେ ପ୍ରଶାସନ ନୀରବ ରହିଛି । ବିଜେବି କଲେଜରେ ର‌୍ୟାଗିଙ୍ଗ ପାଇଁ ଛାତ୍ରୀ ରୁଚୀକା ମହାନ୍ତି ଆତ୍ମହତ୍ୟା କଲା । ମାତ୍ର ଏହାର ତଦନ୍ତ ଏପର୍ଯ୍ୟନ୍ତ ସରିଲା ନାହିଁ । ଦୋଷୀକୁ ଧରାଗଲା ନାହିଁ । ସରକାର ଦୋଷୀକୁ ଘଂଟ ଘୋଡାଇଛନ୍ତି । ସେହିଭଳି ଖଲିକୋଟ୍ କଲେଜରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ମୁଖ୍ୟଙ୍କ ଦ୍ୱାରା ଛାତ୍ରୀଙ୍କୁ ଅମାନବୀୟ ଦୁବ୍ୟବହାର ଘଟଣା ଏବେ ଅପାସୋରା ରହିଛି । ଏବେ ର‌୍ୟାଗିଙ୍ଗ ଅଭିଯୋଗ କରି ରମାଦେବୀରୁ ଜଣେ ଛାତ୍ରୀ ଟିସି ନେଇଯିବା ଘଟଣା ମଧ୍ୟ ଏହି ରାଜ୍ୟରେ ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହିଭଳି ଭାବରେ ଓଡ଼ିଶା ସାରା ବିଜୁ ଛାତ୍ର ଜନତା ଦ୍ୱାରା କ୍ୟାମ୍ପସ ମାନଙ୍କରେ ଆତଙ୍କ ରାଜ ଚାଲିଛି ।

ଅନ୍ୟପକ୍ଷରେ ବିଜୁ ଯୁବ ଜନତାର କର୍ମକର୍ତାମାନେ ଏବଂ ନେତାମାନେ ଜାଲ୍ ସାର୍ଟିଫିକେଟ ଜରିଆରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଯେଉଁ ଆଡ଼ିମିସନ କରିଥିଲେ ତାହା ମଧ୍ୟ ଲୋକଲୋଚନକୁ ଆସିଛି । ଦିବ୍ୟାଙ୍ଗମାନଙ୍କର ସାର୍ଟିଫିକେଟକୁ ଜାଲ୍ କରି ଆଡ଼ିମିସନ କରାଯାଉଛି । ଏହି ର‌୍ୟାକେଟ୍ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତାମାନେ ଚଳାଉଛନ୍ତି । ଭଦ୍ରକ ଅଟୋନୋମସ୍ କଲେଜର ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଓଡ଼ିଶାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କର ଭିତିଭୂମି ଅତି ଦୁର୍ବଳ ଓ ନିମ୍ନମାନର । ନିର୍ମାଣର ତିନି ମାସ ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ ଭୁଷୁଡ଼ିବା ଘଟଣା ହେଉ ଏବଂ ଉଦ୍‌ଘାଟନ ଦିନ ବାଙ୍କି ଅଟୋନମେସ କଲେଜର ଖେଳପଡ଼ିଆର ଗ୍ୟାଲେରି ଭୁଷୁଡ଼ିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଏକ ଗଣମାଧ୍ୟମରେ ରମାଦେବୀ ବିଶ୍ୱବିଦ୍ୟାଳୟର ଶୌଚାଳୟ ଏବଂ ପାନୀୟ ଜଳ ଅବ୍ୟବସ୍ଥାର ବିକଳ ଚିତ୍ର ପ୍ରକାଶିତ ହୋଇଥିଲା ।

ଏଣୁ ସାରା ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କର ଭିତିଭୂମିର ଏଭଳି ଅବସ୍ଥା ରହିଥିବାବେଳେ ହଠାତ୍ ନିର୍ବାଚନ ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ନେଇ “ସମନ୍ୱିତ ଯୁବ ବିକାଶ ଯୋଜନା” ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଡ଼ିଶାରେ ପାଖାପାଖି ୧୨ ଟି ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୦୦୦ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଅର୍ଥାତ ସମୁଦାୟ ମଞ୍ଜୁରୀପ୍ରାପ୍ତ ପଦବୀର ୫୭ ପ୍ରତିଶତ ଖାଲି ପଡ଼ିଛି । ଦୁଃଖର କଥା ଏହି କି ଯେ, କଟକରେ ଥିବା ମଧୁସୁଦନ ଆଇନ ମହାବିଦ୍ୟାଳୟ ୫୦ ଟି ମଞ୍ଜୁରୀ ପ୍ରାପ୍ତ ପଦବୀରୁ ୫୦ ଟି ପଦବୀ ଖାଲି ପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥିତି ମଧ୍ୟ ଶୋଚନୀୟ । ଓଡ଼ିଶାର ୪୯ ଟି ସରକାରୀ ଡିଗ୍ରି କଲେଜରେ ୪୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ୬୪୯୯ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀରୁ ୧୮୫୮ ଶକ୍ଷକ ପଦବୀ ଖାଲ ପଡ଼ିଛି ।

ଓଡ଼ିଶାରେ ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏଭଳିସ୍ଥିତିରେ ନବୀନ ସରକାରଙ୍କ “ସମନ୍ୱିତ ଯୁବ ବିକାଶ ଯୋଜନା” ଏକ ପ୍ରହସନ ପରି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି । ପ୍ରଥମେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଭିତିଭୂମି ସୁଦୃଢ଼ କରିବା ସହ ଖାଲି ଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରାଯାଉ । କ୍ୟାମ୍ପସକୁ ର‌୍ୟାଗିଙ୍ଗ ମୁକ୍ତ କରାଯାଉ । ଅନ୍ୟ ପକ୍ଷରେ ଆଉ ଏକ କାର୍ଯ୍ୟକ୍ରମରେ “ଯୁବ ଓଡ଼ିଶା, ନବୀନ ଓଡ଼ିଶା” ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ବିଜେଡ଼ି କ୍ରୀଡ଼ା ପ୍ରତିଯୋଗିତା କରାଇବେ ବୋଲି ବିଜେଡ଼ି ସଂଗଠନ ସମ୍ପାଦକ ଘୋଷଣା କରିଛନ୍ତି । ସବୁ ସରକାରୀ ଶିକ୍ଷାନୁଷ୍ଠାନକୁ ବିଜେଡ଼ି ଦଳ ତାଙ୍କ ଦଳୀୟ ଅନୁଷ୍ଠାନରେ ପରିଣତ କରିବେଦେଲେ ବୋଲି ଶ୍ରୀ ୟାସିର ନୱାଜ ପ୍ରଶ୍ନ କରିଛନ୍ତି ?

ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ଓଡ଼ିଶାର ରାଜକୋଷ ଏବଂ ସାଧାରଣ ଜନତାଙ୍କର ଟିକସର ଅର୍ଥକୁ ଦଳୀୟ ପାଣ୍ଡିଭାବେ ଭାବି ଖର୍ଚ୍ଚ କରୁଛନ୍ତି । ୨୦୧୪ ପୂର୍ବରୁ କଲେ ଯୁବନୀତି, ସେହିଭଳି ୨୦୧୯ ପୂର୍ବରୁ କଲେ ବିଜୁ ଯୁବ ବାହିନୀ, ଏବେ ୨୦୨୪ ପୂର୍ବରୁ କଲେ “ସମନ୍ୱିତ ଯୁବ ବିକାଶ ଯୋଜନା” । ବାସ୍ତବ କ୍ଷେତ୍ରରେ ଆଚରଣ ଏବଂ ଉଚ୍ଚାରଣରେ ବିଜୁ ଜନତା ଦଳ ହେଉଛି ଛାତ୍ର ଓ ଯୁବକମାନଙ୍କର ଶତ୍ରୁ । ବିଜୁ ଛାତ୍ର ଜନତା ଦଳ ଗଠିତ ହେବା ଦିନ ଠାରୁ କେବେ ବି ଓଡ଼ିଶାର ଛାତ୍ରମାନଙ୍କର ଓ ଯୁବକ ମାନଙ୍କର ସ୍ୱାର୍ଥ ସାଧନ କରି ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଉଦ୍ଦିତ୍ ପ୍ରଧାନ ଏବଂ ଭାଗ୍ୟଶ୍ରୀ ମହାନ୍ତି ଉପସ୍ଥିତ ଥିଲେ ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version