ତହସିଦାର ଙ୍କ ହସ୍ତକ୍ଷେପ ରେ ମିଳିଳା ସହୟତା ରାଶି
୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ଲୋକ ମାନଙ୍କୁ ନ୍ୟାୟ ଦେବା ସହ ଆଇନ ଶୃଙ୍ଖଳା କୁ ମଜବୁତ କରିବାକୁ କୁ ନିଜ ଅଂଚଳ ରେ ପୁଲିସ ଷ୍ଟେସନ ରହିଛି |ଏବଂ ଥାନା କୁ ଆସୁଥିବା ଅଭିଯୋଗ କାରି ମାନେ କେମିତି ଉପଯୁକ୍ତ ନ୍ୟାୟ ପାଇବେ ସେନେଇ ସରକାର ଙ୍କ ୫ଟି ବି କାମ କରୁଛି | ହେଲେ କେତେକ ଅଧିକାରୀ ଙ୍କ ପାଇ ସବୁତକ ଯୋଜନା ସୁଫଳ କାର୍ଯ୍ୟକାରୀ ହେଉନାହିଁ | ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବେଲପଡା ଥାନା ରେ |କିଛି ଟଙ୍କା ପାଇଁ ପୁଲିସ କେମିତି ଜଣେ ଦାଦନ ଦଲାଲ କୁ ବଞ୍ଚାଇବାକୁ ଯାଇ ପୁଲିସ କେମିତି ସୁରକ୍ଷା ଦେଉଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ | ଏମିତି ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନାରେ |
ଭାଲୁବାହାଲି ଗାଁର ଦାଦନ ଶ୍ରମିକ ଲିଜା ମାଝି ମୃତ୍ୟୁ ଘଟଣାକୁ ୫ ଦିନ ବିତିଯାଇଛି ହେଲେ ଆଜି ବି ପରିବାର ଲୋକ ନ୍ୟାୟ ପାଇବାରୁ ବଚିଂତ ଅଛନ୍ତି ।ପୁଲିସ ଘଟଣାର ଉପଯୁକ୍ତ ତଦନ୍ତ କରିବା ବଦଳରେ ପରିବାର ଲୋକଙ୍କୁ ଥାନା କୁ ଡାକି ହଇରାଣ କରୁଥୂବା ଅଭିଯୋଗ ହେଉଛି ,ଅନ୍ୟପଟେ ବେଲପଡା ତହସିଲଦାର ବନ ବିହାରି ହରପାଳ ମୃତକର ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସରକାରୀ ସହୟତା ରାଶି ପ୍ରଦାନ କରିଛନ୍ତି । ଧନିଦାସ ଙ୍କ ଦାଦା ବିଷ୍ଣୁ ମାଝି କୁ ଏହି ସହୟତା ରାଶି ପ୍ରଦାନ କରାଯାଇଥିବା ବେଲେ ଏବେବି ଧନିଦାସ ଙ୍କ ପତ୍ତା ମିଲୁନାହିଁ ।

ଦାଦନ ସର୍ଦ୍ଦାର ତାକୁ କେଉଁଠି ଅପହରଣ କରି ରଖିଛି ତାହା ବି ଜନାପଡୁନି । ଏନେଇ ବେଲପଡା ଥାନାରେ ମୃତକର ଶଶୁର ରଣଜିତ ମାଝି ଳିଖିତ ଅଭିଯୋଗ ପରେ ବି ପୁଲିସ ନିରବଦଷ୍ଟା ସାଜିଛି । ପରିବାର ଲୋକଙ୍କୁ ନ୍ୟାୟ ବଦଳରେ ହଇରାଣ ହରକତ କରୁଥୂବା ଅବିଯୋଗ ହେଉଛି । ସୋମବାର ମୃତ ଧନିଦାସ ମାଝି ଙ୍କ ପୁତରା ଶାନ୍ତନୁ ମାଝି କୁ ବେଲପଡା ଥାନାକୁ ଡକାଇ ପୁଲିସ ପଚରାଉଚରା କରିଛି । ସାଙ୍ଗରେ ଆସିଥିବା ପରିବାର ଲୋକଙ୍କୁ ଆଇ ଆଇ ସି ମତେ ଦାଦନ ସର୍ଦ୍ଦାର ବାରମ୍ବାର ଫୋନ କରୁଛି କଥାକୁ କେମିତି ଆଉ ଆଗକୁ ନ ବଢାଇ ରଫାଦଫା କରିହେବ ସେନେଇ ଚାପ ପକାଉଛି କେମିତି କରିବା ବୋଲି କହିଥିବା ପରିବାର ଲୋକ କହିଛନ୍ତି ।
ଯାହାକୁ ନେଇ ମୃତକର ପରିବାର ଲୋକ ଦଦ୍ୱ ରେ ପଡିଯାଇଛନ୍ତି । ତେବେ ଥାନା ଅଧିକାରୀ କାହିଁକି ଏମିତି କହୁଛନ୍ତି । ଘଟଣାର ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରିବା ବଦଲରେ କାହିଁକି ମୃତକର ପରିବାର ଉପରେ ଚାପ ପକାଉଛନ୍ତି । ନାଁ ଏଥିପାଇଁ କେଉ ଅଧିକାରୀ ଚାପ ପକାଉଛନ୍ତି ତାହାର ତଦନ୍ତ ହେବା ନିହାତି ଆବଶ୍ୟକତା ବୋଲି ଗ୍ରାମବାସୀ ଦାବି କରୁଛନ୍ତି । ଘଟଣାକୁ ଚାପିଦେବାକୁ ଦାଦନ ସର୍ଦ୍ଦାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ପରିବାର ଉପରେ ବି ଦଲାଲ ମାନେ ଧମକ ଚମକ ଦେଉଥୁବାରୁ ଭୟରେ ଅଛନ୍ତି ସମସ୍ତେ ଜିଲ୍ଲା ପ୍ରାଶାସନ ଏଦିଗରେ ଦୃଷ୍ଟିଦେଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବୀ ହେଉଛି ।














