୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଏନଏସି ସ୍ଥିତ କଲେଜଛକ ପାଖରେ ଥିବା ରୋୟଲ ରେଷ୍ଟୁରାଣ୍ଟ ର ଉପର ମହଲା ରେ ଥିବା ରାଓ କମ୍ପ୍ଳେସ ରେ ସର୍ଟ ସର୍କିଟ ଯୋଗୁଁ ଗତ କାଲି ରାତ୍ରି ସମୟରେ ନିଆଁ ଲାଗି ଯାଇଥିଲା । କମ୍ପ୍ଳେସ ର ମାଲିକ ବିଶ୍ବଭୂଷଣ ରାଓ ଖବର ପାଇଁ ତୁରନ୍ତ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ ।

ଖବର ପାଇ ବିଭାଗୀୟ କର୍ମଚାରୀ ମାନେ ପହଞ୍ଚି ତୁରନ୍ତ ନିଆଁ କୁ ଆୟତ କରିବା ସହ କେମ୍ପସ ର ବିଦ୍ୟୁତ ପ୍ରବାହ କୁ ବନ୍ଧ କରିଦେଇଥିଲେ । ଯାହାଫଳରେ ନିଆଁକୁ ଆୟତ କରାଯାଇଥିଲା ।ତେବେ ଏଥିରେ କୌଣସି ଧନ ଜୀବନ ର କ୍ଷୟ କ୍ଷତି ହୋଇନଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ଠାରୁ ସୂଚନା ମିଳିଛି ।















