ଆନ୍ଦୋଳନ ପନ୍ଥା ଆପଣେଇବାକୁ ସଜବାଜ ।
ମାଁ ବିନ୍ଧ୍ୟବାସିନି ମନ୍ଦିରର ସୁରକ୍ଷା ପାଇଁ “ବାରଭାଇ ବେଣ୍ଟକାର” ନୁହେଁ ଧନୁଶର ବିନ୍ଧ୍କାର ଭଲି କାର୍ଯ୍ୟ ନିର୍ବାହ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ।
୫୦ ଜଣିଆ ଏକ ପ୍ରତିନିଧି ଦଳ ନଭେମ୍ବର ୨୮ ରେ ମୂଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ ନିଷ୍ପତ୍ତି ।
୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସନୀ ମନ୍ଦିର ର ମୁଖଶାଳା ନିର୍ମାଣ ପାଇଁଁ କାର୍ଯ୍ୟ ବନ୍ଧ କରିବା ପ୍ରତିବାଦରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ହରିଶଙ୍କର ସ୍ଥିତ ସମାଜ ଇଷ୍ଟଦେବୀ ମାଁ ବିନ୍ଧ୍ୟବାସନୀ ମନ୍ଦିର ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ମନ୍ଦିର ନିର୍ମାଣ ହୋଇଥିବା ବେଳେ ମନ୍ଦିର ମୁଖଶାଳା ଦୁର୍ବଳ ହୋଇପଡିଲା ଯୋଗୁଁ ମୁଖଶାଳା ନିର୍ମାଣ ପାଇଁ ପୂର୍ବ ରୁ ଭଙ୍ଗା ଯାଇ ନୂତନ ମୁଖଶାଳା ନିର୍ମାଣ ପାଇଁ ପ୍ରସ୍ତାବ ନିଆଯାଇଥିଲା । ଏଥି ପାଇଁ ଗତ ନଭେମ୍ବର ୮ ବୁଧବାରଦିନ ଶୁଭ ଭୂମିପୂଜା କରାଯାଇଥିଲା ।
ହେଲେ ହରିଶଙ୍କର ଦେବୋତ୍ତର କାର୍ଯ୍ୟ ନିର୍ବାହ ଅଧିକାରୀ ତଥା ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ହରିଶଙ୍କର ମନ୍ଦିର କମିଟି ପରିଚାଳନା କମିଟିର କତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ବନ୍ଧ କରିବା ମନା କରିଦେଇଥିଲେ । ଏନେଇ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ରେ ଘୋର ଅସନ୍ତୋଷ ଦେଖାଦେଇଛି । ବୈଠକରେ ଦୀର୍ଘ ଶହେ ବର୍ଷ ପୂର୍ବରୁ ମାଁ ବିନ୍ଧ୍ୟବାସିନି ଦେବୀଙ୍କୁ ଗଛ ତଳେ ସମାଜ ପକ୍ଷରୁ ପୂଜାର୍ଚ୍ଚନା କରିଆସୁଛନ୍ତି ଏବଂ ହରିଶଙ୍କର ବାବା ସହ ମାଁ ବିନ୍ଧ୍ୟବାସିନିଙ୍କ ଶୀତଳଷଷ୍ଠୀ ଶିବ ବିବାହ କାର୍ଯ୍ୟ କରିଆସୁଥିବା ବେଳେ ପ୍ରଶାସନ ର ଏପରି ପଦକ୍ଷେପ କୁ ଘୋର ନିନ୍ଦା କରାଯାଇଛି ।
ଆଗାମୀ ଦିନରେ ସମଗ୍ର ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜର ପକ୍ଷରୁ ମାଁ ବିନ୍ଧ୍ୟବାସିନି ମନ୍ଦିର ଙ୍କ ମୂଖଶାଳା ନିର୍ମାଣ କାର୍ଯ୍ୟ ପାଇଁ ଆନ୍ଦୋଳନ ପନ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଏକ ସମ୍ମିଳିତ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସମାଜ ଏକ ୫୦ ଜଣିଆ ପ୍ରତିନିଧି ଦଳ ଗତ ନଭେମ୍ବର ୨୮ ରେ ମୂଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ ଭେଟି ମନ୍ଦିର ସୁରକ୍ଷା ଓ ୫୬ ଡିସିମିଲ ଜମିପଟ୍ଟା , ଭୁବନେଶ୍ୱର ଠାରେ ସମାଜ ର ଏକ ଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏଥିରେ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ବଲାଙ୍ଗୀର ବ୍ଲକ ସଭାପତି କୁଶ ବରିହା,ଯୁଗଳକିଶୋର ବରିହା, ଦେଓଗାଁ ବ୍ଲକ ସଭାପତି ମଦନ ବରିହା , ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ଗୌରୀ ଶଙ୍କର ବରିହା, ଯଦୁମଣି ବରିହା ବିପିନ ବରିହା, ଶଶିକାନ୍ତ ବରିହା,ବିରଞ୍ଚି ବରିହା, ବଲରାମ ବରିହା , ଲମ୍ବୋଦର ବରିହା ,ହେମସାଗର ବରିହା , ପରିକ୍ଷିତ ବରିହା , ହୃଷିକେଶ ବରିହା , ଦେବେନ୍ଦ୍ର ବରିହା , ଜ୍ୟୋତିଷ ବରିହା ,ବିଶ୍ଵ ବରିହା , ଅଶୋକ ବରିହା , ଆଷାଢ଼ୁ ଡୁଡୁକା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଚନ୍ଦ୍ରଶେଖର ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।