No Result
View All Result
୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗ୍ରାମାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ, ବାସହୀନ ଓ ଅଭାବୀ ପରିବାରଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଥିବା ଉତ୍ତମ ବାସଗୃହଟିଏ ସହାୟତା ସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି।ବିଭାଗ ପକ୍ଷରୁ ଦର୍ଶାଯାଇଥିବା ବିଭିନ୍ନ ମାନଦଣ୍ଡ ସମୂହ ଏବଂ ସେଗୁଡିକୁ ପୂରଣ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ,ଆର୍ଥିକ ସହାୟତା ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରି ଏକ ଆତ୍ମ ନିର୍ଭରଶୀଳ ନାଗରିକ ଭାବେ ମାନ୍ୟତା ଓ ସମ୍ମାନ ପ୍ରଦାନ କରିଛନ୍ତି ।

ଏଥି ସକାଶେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସଠିକ ମୂଲ୍ୟାୟନ, ପଦକ୍ଷେପ ଓ ପରସ୍ପର ସମନ୍ୱୟ ଯୋଗୁଁ ଅଭାବୀ ହିତାଧିକାରୀଟି ଗୃହ ଖଣ୍ଡିଏ ପାଇ ଆନନ୍ଦ ଉଲ୍ଲାସର ଜୀବନ ଅତିବାହିତ କରୁଛି । ଏହି କ୍ରମରେ ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ହିତାଧିକାରୀ କାଳୁ ସାମଲ ପବିତ୍ର ଦୀପାବଳି ଅବସରରେ ରବିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ପାଇଥିବା ନୂତନ ଗୃହରେ ପ୍ରବେଶ ଉତ୍ସବ ପାଳନ କରିଥିଲେ।
ସରପଞ୍ଚ ରଶ୍ମିତା ପ୍ରଧାନ,ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ପରିବାରବର୍ଗ ଓ କାଳି ଚରଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ କାଳୁ ଓ ତାଙ୍କ ପରିବାର ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଓ କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ । ନିର୍ଦ୍ଧାରିତ ୪ମାସର ଅବଧି ମଧ୍ୟରେ ନୂତନ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଯୋଗୁଁ ତାଙ୍କୁ ପ୍ରୋତ୍ସାହନ ରାଶି ଟ ୧୦ ହଜାର ଟଙ୍କା ପାଇବେ ବୋଲି ଖୁସି ପ୍ରକଟ କରିଛନ୍ତି।ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରୁ ଗରିବ, ଅଭାବୀ ପରିବାର ଉପକୃତ ହେଉଛନ୍ତି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

No Result
View All Result