ଦାଦନ ଦଲାଲ କୁ ସୁରକ୍ଷା ଦେବାକୁ ଯାଇ କେଁଉ ରାଜନେତା ବେଲପଡା ପୁଲିସ କୁ ଫୋନ କରୁଛି । ମୂଳଚାଲ କରୁଥୁବା ବିଷ୍ଣୁ କିଏ ?

୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭାଲୁବାହାଲି ଗାଁର ଆଦିବାସୀ ଦାଦନ ଶ୍ରମିକ ଲିଜା ମାଝୀଙ୍କ ମୃତ୍ୟୁ ଘଟଣା କୁ ଚପାଇଦେବାକୁ ବେଲପଡା ପୁଲିସ କୁ କେଉ ରାଜନେତା ବାରମ୍ବାର ଫୋନ କରୁଛନ୍ତି | ଦାଦନ ସର୍ଦାର ଙ୍କ ସହ ତାଙ୍କ ସମ୍ପର୍କ କଣ,ସର୍ଦାର କୁ ସୁରକ୍ଷା ଦେବାପାଇଁ କାହିଁକି ଭୁଲି ଯାଉଛନ୍ତି ନିଜ ମାନବିକତା ଯଦି ରାଜନେତା ଦାଦନ ଦଲାଲ ପଛରେ ଲାଗିବେ ତାହେଲେ କେମିତି ନ୍ୟାୟ ପାଇବେ ଅସହାୟ ପରିବାର | ମା ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିବା ଦିନ ରାତି କାନ୍ଦୁଥୁବା କୁନି କୁନି ପିଲା ଛୁଆ ଙ୍କ କଥା କିଏ ବୁଝିବ |

ତାଙ୍କ କଥା କାହିଁକି ଭୁଲି ଯାଉଛନ୍ତି ରାଜନେତା | କେବଳ ଯେ ଦଲାଲ କୁ ସୁରକ୍ଷା ଦେବା ପୁଲିସ ଉପରେ ଚାପ ପକାଉଛନ୍ତି | ଅନ୍ୟପଟେ ଦିନ ପରେ ଦିନ ଗଡୁଛି ହେଲେ ବେଲପଡା ପୁଲିସ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ପାରୁନାହିଁ | କେବଳ ବାହାର ରାଜ୍ୟ କୁ ଏକ ଟିମ ଯାଇଛନ୍ତି ତଦନ୍ତ ଚାଲିଛି କାହି ଚୁପ ରହିଛନ୍ତି | ,ଯାହାକୁ ନେଇ ପୁଲିସ ର ତଦନ୍ତ କୁନେଇ ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଉପଖଣ୍ଡ ପୁଲିସ ଅଧିକାରୀ ଠୁ ତଳିଆ କର୍ମଚାରୀ ମାନଙ୍କୁ ଟଙ୍କା ଦେଇ କିଣି ନେଇଥିବା ଦାଦନ ଦଲାଲ କୁ କାହିଁକି କି ଗିରଫ କରିବାକୁ ସାହସ ପାଉନି ପୁଲିସ |ତାକୁନେଇ ଅନେକ ପ୍ରଶ୍ନ ।

ପୁଲିସ ନିଦାବିଷ୍ଣୁ ସାଜିଥିବା ରୁ ଘଟଣାକୁ ଚପାଇଦେବା ଏବଂ ରଫାଦଫା କରିହେବ ସେନେଇ ବିଷ୍ଣୁ ନାମକ ଜଣେ ଦାଦନ ଦଲାଲା କିଛି ଲୋକ କୁ ଧରି ବାରମ୍ବାର ନିର୍ଯ୍ୟାତିତ ପରିବାର ଲୋକଙ୍କୁ ଯାଇ ଧମକ ଚମକ ଦେଉଥୁବା ପରିବାର ଲୋକ ଅଭିଯୋଗ କରିଛନ୍ତି ।ଯାହାକୁନେଇ ଭୟଭୀତ ଅଛନ୍ତି ପରିବାର ଲୋକେ । ସୂଚନା ରୁ ପ୍ରକାଶ ଯେ ଗତ ୫ ତାରିଖ ରବିବାର ଦିନ ମୃତ ଲିଜା ମାଝି ,ସ୍ୱାମୀ ଧନିଦାସ ଓ ୨ବର୍ଷର ପୁଅ କୁ ଧରି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ । ଦାଦନ ସର୍ଦ୍ଦାର ଦଶରଥ ବାଗ ଙ୍କ ଠାରୁ ବଇନା ନେଇ ବେଆଇନ ଭାବେ ଯାଉଥୁବା ବେଲେ ସେଠାରେ ଟ୍ରେନ ଦୂର୍ଘଟଣାରେ ଲିଜା ଙ୍କ ମୃତ୍ୟୁ ଘଟିଥିଲା ।

ଓ ଧନିଦାସ ଗୁରୁତର ଭାବେ ନିକତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଦାଦନ ସର୍ଦ୍ଦାର ଏମ୍ବୁଲାନ୍ସ ଯୋଗ ଲିଜା ଙ୍କ ମୃତ ଶରିର ଗାଁ କୁ ପଠାଇ ଦେଇଥିବା ବେଲେ ଧନିଦାସ କୁଆଡେ ଗଲେ ତାକୁ ନେଇ ଏବେ ଅନେକ ପ୍ରଶ୍ନ । ନିଜର ସ୍ତ୍ରୀ ଏବଂ ପିଲାଛୁଆ କୁ ଛାଡିକି ଜଣେ କାହିକି କୁଆଡେ ଯିବ ,ନାଁ ଜାଣିଶୁଣି ତାକୁ ଅପହରଣ କରି ରଖାଯାଇଛି ତାକୁ ସଦ୍ଦେହ ,ଘଟଣା ପୁରା ସଦ୍ଦେହ ଘେରରେ ଥିବାବେଲେ ପୁଲିସ ତଦନ୍ତ କୁ ଅପେକ୍ଷା | ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି.