୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗଡ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ସ୍ଥାନୀୟ ବ୍ଲକ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାର ଭିନ୍ନକ୍ଷମ ଲୋକମାନେ ଆଜି ବ୍ଳକର ୧୩ଟି ପଞ୍ଚାୟତର ଭିନ୍ନ ଲୋକେ ମହେନ୍ଦ୍ରଗଡ ପଞ୍ଚାୟତରେ ଶିବିରରେ ଯୋଗଦେଇ ନିଜ ନିଜର ସମସ୍ୟା ଅନୁସାରେ ପଞ୍ଜିକରଣ କରି, କିଏ ତ ବଧିର କିଏ ଅନ୍ଧ ,

ଛୋଟା ଏବଂ ରେସନକାର୍ଡ, ଭଡା, ଏପରି ଅନେକ ମୋଟ ୨୨୨ ଜଣ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ଟ୍ରାଇ ସାଇକେଲ, ଆଶାବାଡି ସହ ୨ଜଣ ମାଙ୍କୁ ପରିବାର ମଙ୍ଗଳ ଯୋଜନାରେ କୁଡିଏ ହଜାର ଟଙ୍କାର ଡେମ୍ ଚେକ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।
















