No Result
View All Result
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଆଜି ଆର,ଉଦୟଗିରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଡିଓ ଲରିମନ ଖର୍ସେଲ ଓ ଅରୁଣ ଉଦଭାନୁ ଦିବ୍ୟାଙ୍ଗ ସଚେତନତା ରଥକୁ ସବୁଜ ପତକା ଦେଖାଇ ଶୁଭରମ୍ଭ କରିଥିଲେ । ଏହି ରଥ ବ୍ଲକ ପରିକ୍ରମା କରି ଜନସାଧାରଣଙ୍କୁ ନିକଟରେ ସଚେତନତାର ବାତ୍ତା ପହଞ୍ଚାଇବ ।

ଏହି ଥର ବ୍ଳକ କାର୍ଯ୍ୟାଳୟ ଠାରୁ ବାହାରି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ଓ ଗ୍ରାମରେ ପରିକ୍ରମା କରିବା ଜନସାଧାରଣଙ୍କ ଅବଗତ ନିମନ୍ତେ ଜଣାଇଦିଯାଇ ଅଛି । ଦିବ୍ୟାଙ୍ଗ ଶିବିର୧୦ ତାରିଖରେ ମହେନ୍ଦ୍ରଗଡ ପଞ୍ଚାୟତ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଚିହ୍ନଟକରଣ,
ନାମ ପଞ୍ଜିକରଣ, ଓ ଚିକିତ୍ସା କରାଯିବା ସହିତ ଅନ୍ୟିନ୍ୟ ସରକାରୀ ସୁବିଧା ଯଥା- ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା, ବ୍ୟବସାୟକ ଲୋନ, ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି , ପ୍ରମାଣ ପତ୍ରର ନବୀକରଣ , ବସପାସ,, ରିହାତି କାର୍ଡ, ଆୟ ପ୍ରମାଣ ପତ୍ର, ଓ ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକୀୟ ଉପକରଣ ବଣ୍ଟନ ଓ ବିଭିନ୍ନ ସରକାରୀ ସହାୟତ ପ୍ରଦାନ କରାଯିବ ।

No Result
View All Result