No Result
View All Result
୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ସରକାରଙ୍କର ନିର୍ଦେଶ ଅନୁଯାୟୀ ୧୦ ଜଣ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୧୦ ଜଣ ଅଭିଭାବକ ମାନଙ୍କୁ ନେଇ ଭୌତିକ, ବ୍ୟବହାରିକ ଓ କଥନ ଶିକ୍ଷା ପ୍ରଦାନ କରାଯାଇଥିଲା । ସମ୍ବଳ ସାଧନ କର୍ମୀ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ ତାଲିମ୍ ପ୍ରଦାନ କରିଵେ । ଆଜିର କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା BSSO ଶ୍ରୀ ସୁଜିତ କୁମାର ନାୟକ ।

ABEO cum BRCC ଶ୍ରୀ କେ କୁନା ପାତ୍ର ଓ ABEO ଶ୍ରୀ ଦୁର୍ଗା ପ୍ରସାଦ ପାତ୍ର ସାର୍ ମହୋଦୟଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ଓ ତାଲିମ ର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଆଇଭି ମାନେ ସହଯୋଗ କରିଥିଲେ । ଶ୍ରୀ ଆର ଦୁଗା ପ୍ରସାଦ ହିସାଵ ରକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ତା ପରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

No Result
View All Result