• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ଙ୍କ ସ୍ମୃତି ଉଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Proprietor Abhimanyu Maharana by Proprietor Abhimanyu Maharana
November 6, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ଙ୍କ ସ୍ମୃତି ଉଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
Share on FacebookShare on TwitterWhatsapp

୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର/ବ୍ରହ୍ମପୁର :-> ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ଙ୍କର ବିୟୋଗର ଦ୍ଵାଦଶ ତିଥିରେ ତାଙ୍କ ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ସେ ବସବାସ କରୁଥିବା ବ୍ରହ୍ମପୁର ସହରର ହିଲପାଟଣା ଠାରେ ଅବସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ରେ ଆୟୋଜିତ ଏକ ଶୋକ ସଭାରେ ବହୁ ବରେଣ୍ୟ ଅତିଥି ଯୋଗ ଦେଇ ତାଙ୍କର ଆଦର୍ଶ ଜୀବନର ଅମ୍ଳାନ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଦିବଙ୍ଗତ ଆତ୍ମା ର ସଦଗତି ଓ ଚୀର ଶାନ୍ତି କାମନା କରିଥିଲେ। ଶ୍ରୀମତୀ ବିଶ୍ୱାଳଙ୍କର ଗତ ଅକ୍ଟୋବର ମାସ ୨୨ ତାରିଖରେ ୬୬ବର୍ଷ ବୟସରେ ନିଧନ ଘଟିଥିଲା।

ସେହିଦିନ ରାତିରେ ପରିବାର ବର୍ଗ ଙ୍କ ଉପସ୍ଥିତିରେ ପୁରୀ ର ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ବର୍ଗତଃ ବିଶ୍ୱାଳ ତାଙ୍କର ସ୍ୱାମୀ ଓଡ଼ିଶା ରାଜ୍ୟ ପରିବହନ ନିଗମର ପୂର୍ବତନ ଯନ୍ତ୍ରୀ ଇଞ୍ଜିନିୟର ମୀନକେତନ ବିଶ୍ୱାଳ, ବଡ଼ ପୁଅ ମାଞ୍ଚେଷ୍ଟର ଠାରେ ଆବସ୍ଥାପିତ ୱାଲର୍ଡ ଓଡ଼ିଶା ସୋସାଇଟି ର ମହାସଚୀବ ଶିବ ରଞ୍ଜନ ବିଶ୍ୱାଳ, ସାନପୁଅ ଯୁବ ଶିଳ୍ପଦ୍ୟୋଗୀ ଶିବ କୁମାର ବିଶ୍ବାଳ, ଝିଅ ସ୍ମିତା ବେହେରା, ଜ୍ୱାଇଁ ଇଂଜିନିୟର ସରୋଜ କୁମାର ବେହେରା, ଦୁଇ ବୋହୁ ପୂଜା ଖଣ୍ଡୁଆଳ ଓ ଆରତୀ ବିଶ୍ୱାଳ ତଥା ନାତି ନାତୁଣୀ ସ୍ନେହା, ଗୁଡ଼ୁ, ଲିଚି,ଚିକୁ,ଶ୍ରଦ୍ଧା ଓ ସାଇ ଙ୍କୁ ଛାଡି ଯାଇଛନ୍ତି।

ସ୍ବର୍ଗତଃ ବାସନ୍ତୀ ବିଶ୍ଵାଳ ଏକାଧାରରେ ଜଣେ ଧର୍ମପରାୟଣା , ସରଳ, ଅମାୟୀକ, ସ୍ନେହୀ, ମିଷ୍ଠଭାଷୀ, ଦରଦୀ, ପରୋପକାରୀ ଓ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଅଧିକାରୀ ଥିଲେ। ସେ ୧୯୫୭ ମସିହା ସେପ୍ଟେମ୍ବର ୨୧ତାରିଖରେ ଭଞ୍ଜନଗର ର ନଟେଙ୍ଗା ଗ୍ରାମରେ ମାତା ସୁଷମା ନାୟକ ଓ ପିତା ଅଭିମନ୍ୟୁ ନାୟକଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ। ପରିବାର ରେ ସେମାନେ ୬ ଭଉଣୀ ଓ ଏକମାତ୍ର ଭାଈ ଥିଲେ। ଭଉଣୀ ମାନେ ହେଲେ ବର୍ତ୍ତମାନ ର ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସଂଯୁକ୍ତା ପାତ୍ର, ଲିଲି ଜେନା, ବିଷ୍ଣୁପ୍ରିୟା ନାୟକ,

ଭାଗ୍ୟଲତା ରାଉତ ଓ ଭାଈ ସ୍ବର୍ଗତଃ ସନ୍ତୋଷ ନାୟକ। ଶ୍ରୀମତୀ ବିଶ୍ୱାଳ ୧୯୭୬ ମସିହା ମାର୍ଚ୍ଚ ୩ ତାରିଖରେ ଆସ୍କାର ବରଗାଁ ନିବାସୀ ସ୍ବର୍ଗତଃ କିଶୋର ଚନ୍ଦ୍ର ବିଶ୍ୱାଳ ଏବଂ ସ୍ବର୍ଗତଃ ସତ୍ୟଭାମା ବିଶ୍ଵାଳ ଙ୍କର ଜେଷ୍ଠ ପୁତ୍ର ମୀନକେତନ ବିଶ୍ୱାଳ ଙ୍କୁ ବିବାହ କରିଥିଲେ।ତାଙ୍କର ଦୁଇ ଦିଅର ଉଦୟନାଥ ବିଶ୍ୱାଳ ଓ ବିପିନ ବିହାରୀ ବିଶ୍ଵାଳ ଏବଂ ପାଞ୍ଚ ଜଣ ନଣନ୍ଦ ଯଥା ଶଶୀଦେବୀ ସ୍ୱାଇଁ, ଉଷାରାଣୀ ବିଶୋଇ, ନିଶାମଣୀ ନାୟକ, ଇନ୍ଦିରା ନାୟକ ଓ କଲ୍ୟାଣୀ ବେହେରା ଥିଲେ। ପ୍ରବଳ ଈଶ୍ୱର ବିଶ୍ୱାସୀ ସ୍ବର୍ଗତଃ ବାସନ୍ତୀ ବିଶ୍ୱାଳ ତାଙ୍କର ସ୍ୱାମୀ ଙ୍କ ସହିତ ଯାଜପୁର ର ବାହାଦଲପୁର ସ୍ଥିତ ସୁଧର୍ମା ମହାସଂଘ ର ପ୍ରତିଷ୍ଠାତା ସୁପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ମାଧବ ବାବା ଙ୍କର ଆଗ ଧାଡ଼ି ର ଭକ୍ତ ଥିଲେ।

ଶ୍ରୀମତୀ ବିଶ୍ଵାଳଙ୍କର ବିୟୋଗରେ ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ୱାଲର୍ଡ଼ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରତିଷ୍ଠାତ୍ରୀ ଡ଼. ଅରୁନ୍ଧତୀ ଦେବୀ, ଉପାଧ୍ୟକ୍ଷ ଡ଼. ନଳିନୀ ପତି, ମୁଖ୍ୟ ପ୍ରୋତ୍ସାହକ ପ୍ରୀତିଶ ଦାଶ, ସାଂସଦ ଅମର ପଟ୍ଟନାୟକ ଓ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା , ଚିତ୍ର ତାରକା ସବ୍ୟସାଚୀ ମିଶ୍ର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର , ରୋଜାଲୀନ ମିଶ୍ର, ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ଆଦିତ୍ୟ ମହାପାତ୍ର, ସୁମନ୍ତ ମାନସିଂହ, ଉତ୍ତମ ତ୍ରିପାଠୀ, ମମତା ନାୟକ, ସନ୍ଦୀପ ନାୟକ, ରମେଶ ରାଉତରାୟ, କଳ୍ପନା ମିଶ୍ର, ଉଷାରାଣୀ ରାଉତ, ନିଶେବିତା ଦାସ, ନୀରେନ୍ଦ୍ର ଜେନା, ଉପେନ୍ଦ୍ର ପତି, ମୀନା ପତି, ସୁରେନ୍ଦ୍ର ଆଚାର୍ଯ୍ୟ,

ଅଞ୍ଜନା ଶତପଥୀ, ପ୍ରବାଶ ମିଶ୍ର, ଶୁଭକାନ୍ତ ମହାନ୍ତି, ଶ୍ରୀନିବାସ ପଟ୍ଟନାୟକ, ଜୀବନ ପାଣିଗ୍ରାହୀ, ଵିଷ୍ଣୁ ଦାଶ, ପ୍ରଶାନ୍ତ ସାହୁ ଓ ଶ୍ରୀପତୀ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ। ବ୍ରହ୍ମପୁର ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗ ଦେଇ ସ୍ବର୍ଗତଃ ବାସନ୍ତୀ ବିଶ୍ଵାଳ ଙ୍କର ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରିଥିବା ମାନଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ମେୟର ସଂଘମିତ୍ରା ଦଳାଇ, କାଜୁ ଉନ୍ନୟନ ନିଗମ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ,ଡ଼. ସୁବାସ ଚନ୍ଦ୍ର ସାହୁ, ଡ଼. ସାଗର ରଞ୍ଜନ ତ୍ରିପାଠୀ, ଡ଼. କିରଣ ପାଣିଗ୍ରାହୀ, ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ, ଲେଖିକା ଶନ୍ତାରାଣୀ ଜେନା,ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ,

ସୁନାମଧନ୍ୟ ଫେସନ ଡିଜାଇନର ରାମକୃଷ୍ଣ ପଟ୍ଟନାୟକ(ରାମୁଲି), ଅଭିନେତ୍ରୀ ସୋଫିଆ ଆଲାମ, ଦିଲ୍ଲୀପ କୁମାର ସାହୁ, ଶୋଭନ ରାଜନ ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ଶତପଥୀ, ଚିନ୍ତାମଣି ମହାନ୍ତି, ସୁବାଷ ଦେହୁରୀ, ସୁରେଶ ଶତପଥୀ, ଜାଫର ଅଲ୍ଲୀ, ରମା ପୁରୋହିତ, ଅଶୋକ ତ୍ରିପାଠୀ, ରଂଜିତ ସାହୁ, ଶିବ ମହାରଣା ଓ ରାଜେନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ ଏହି ଅବସରରେ ସ୍ୱର୍ଗତଃ ବାସନ୍ତୀ ବିଶ୍ବାଳଙ୍କର ଅମର ଆତ୍ମାର ସ୍ଵର୍ଗାରୋହଣ ପ୍ରାର୍ଥନା କରି ପରିବାର ପକ୍ଷରୁ ସୁଧର୍ମା ମହାସଂଘ ଦ୍ଵାରା ଏକ ସତସଂଘ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

June 22, 2026
 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

June 22, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026

Recent News

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

June 22, 2026
 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

June 22, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

June 22, 2026
 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version