No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ସଦର ମହକୁମାରେ ନବ ନିମିତ ଇଣ୍ଡୋର ହଲରେ ଅନୁଷ୍ଠିତ ହୋଇଥିଲା । ଓସବା (ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ) ଦ୍ବାରା ସ୍ବୀକୃତିମିଣ୍ଟନ ଣ୍ଟର୍ଣାମେଣ୍ଟଛ ଗଲା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବଛା ବଛା ଖେଳାଳି ଗଣ ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୮୦ ଜଣ ଖେଳାଳି ଯୋଗ ଦେଇଥିଲେ ।

ପ୍ରଥମ ଦିନ ଏହି ପ୍ରତିଯୋଗିତାକୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଲରିମନ ଖର୍ସେଲ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ତହସିଲଦାର ଯ୍ୟୋତିମୟୀ ଦାସ ଓ ସ୍ଥାନୀୟ ସରପଞ୍ଚ ଜାମେସ ରାଇକା ପ୍ରମୁଖ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ଅନୁଗୁଳୁ ଓ ରାୟଗଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅନୁଗୁଳର ଅମ୍ଳାନ ଓ ତନ୍ମୟ ସିଧାସଳଖ ୨ଟି ସେଟ ଜିତି ଚାମ୍ପିୟନ ହୋଇଥିଲେ ।

ରାୟଗଡାର ମଣି ଓ ସରୋଜ ରନର ଅପ ହୋଇଥିଲେ । ଚାମ୍ପିୟନଙ୍କୁ ମୁଖ୍ୟ ଅତିଥି ଏଡିଏମ୍ ବିରେନ୍ଦ୍ର ଦାସ ଓ ବିଜେଡି ବ୍ଳକ ଭୀମ ପାଇକ ୧୧୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ରନର ଅପ ଟିମକୁ ୭୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଉପ ସଭିପତି ରଜନୀ କାନ୍ତ ପଣ୍ଡା, ଶିବରାମ ପାତ୍ର ଓ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁଣ୍ଣାମେଣ୍ଟ ଆୟୋଜନ କରିଥିଲେ । ଆର,ଉଦୟଗିରି ୟୁଥ ବ୍ୟାଡମିଣ୍ଟନ ବ୍ଳକ କର୍ମକତ୍ତା ସହଯୋଗ କରିଥିଲେ ।

No Result
View All Result