No Result
View All Result
୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ମୋହନା ବ୍ଲକ ପରିସର ମଧ୍ୟରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସାମର୍ଥ୍ୟ ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ ନାୟକ ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିବା ବେଳେ ମୋହନା ବ୍ଲକ ଯୋଗାଣ ନିରୀକ୍ଷକ ଜୀବନ ଜ୍ୟୋତି ପାଣିଗ୍ରାହୀ ଙ୍କ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ୍ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିରରେ ଉପସ୍ଥିତ ଥିବା ଜନସାଧରଣଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସୁବିଧା ଗୁଡ଼ିକ ବର୍ଣ୍ଣନା କରିଥିଲେ ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଏହି ଶିବିରରେ ଆୟ, ପୋଷ୍ଟ ଅଫିସରେ ମିଳୁଥିବା ସୁବିଧା, ଆଧାର ପଞ୍ଜିକରଣ, ଦିବ୍ୟାଙ୍ଗ ଉପକରଣ ବଣ୍ଟନ, ଦୃଷ୍ଟି ବାଧିତ, ଗ୍ରାମୀଣ ଆବାସ, ମାନସିକ, ନାସା, ଗଳା, ଶାରୀରିକ ଅକ୍ଷମ, ଭୋଟ ପରିଚୟ ପତ୍ର, ବାଣୀଶ୍ରୀ, ବସ ଓ ଟ୍ରେନ ସୁବିଧା, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷା ସହ ବିଭିନ୍ନ ସୁବିଧା ପାଇବା ନିମନ୍ତେ ବିଭାଗ ପକ୍ଷରୁ ଷ୍ଟଲ ମାନ ଖୋଲାଯାଇଥିଲା । ଏହାର ସୁବିଧା ଦିବ୍ୟାଙ୍ଗ ମାନେ ନେଇଥିଲେ ।

No Result
View All Result