No Result
View All Result
୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଂଜିଲିକାଟୁ :-> ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଓ ଡ୍ରାଫ୍ଟ ଭୋଟର ତାଲିକା- ୨୦୨୪ ଶୁକ୍ରବାର ପ୍ରକାଶିତ ହୋଇଛି । ଏହି ଉପଲକ୍ଷେ ଶୁକ୍ରବାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଡିସେମ୍ବର ୯ ତାରିଖ ପଯ୍ୟନ୍ତ ଚାଲୁ ରହିବ ବୋଲି ଅଧିକାରୀ ମାନେ ସୂଚନା ଦେଇଥିଲେ ।

ଏହି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ବିଡ଼ିଓ ଶ୍ରୀ ଜେନା ଅବଗତ କରାଇଥିଲେ । ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ -୬ ନିଜ ନାମ ପଞ୍ଜିକରଣ କରିବା, ଫର୍ମ -୭ ରେ ନାମକୁ ବାଦକରିବା,
ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପଲାଇନ ଆପ www.nvsp./voterportal. eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ମଧ୍ୟମରେ ଫର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ ବୋଲି ବିଡ଼ିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି । ବୈଠକରେ ବୁଥ ଲେବେଲ ଅଧିକାରୀ, ଅଙ୍ଗନବାଡି ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result