• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହେମାଟୋକନ୍‍ ୨୦୨୩ ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ହେମାଟୋଲୋଜି ଆଣ୍ଡ ବ୍ଲଡ୍‍ ଟ୍ରାନ୍ସଫ୍ୟୁଜନ୍‍ (ଆଇଏସ୍‍ଏଚବିଟି)ର ୬୪ତମ ବାର୍ଷିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
November 4, 2023
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ବାଣିଜ୍ୟ, ମହାନଗର, ହୋମ୍
0
ହେମାଟୋକନ୍‍ ୨୦୨୩ ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ହେମାଟୋଲୋଜି ଆଣ୍ଡ ବ୍ଲଡ୍‍ ଟ୍ରାନ୍ସଫ୍ୟୁଜନ୍‍ (ଆଇଏସ୍‍ଏଚବିଟି)ର ୬୪ତମ ବାର୍ଷିକ ସମ୍ମିଳନୀ
Share on FacebookShare on TwitterWhatsapp

ତାରିଖ: ୨-୫, ନଭେମ୍ବର ୨୦୨୩ ସ୍ଥାନ:ମେଫେୟାର ହୋଟେଲ, ଭୁବନେଶ୍ୱର, ଓଡ଼ିଶା ବିଷୟ : ନେଟୱର୍କିଂ ଜରିଆରେ ଶିକ୍ଷା ଆହରଣ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ବିଷୟ: ନେଟୱର୍କିଂ ଜରିଆରେ ଶିକ୍ଷା ଆହରଣ ଅଗ୍ରାଧିକାର ବିଷୟ: ଆନେମିଆ, ଥାଲାସେମିଆ, ସିକଲ ସେଲ୍‍ ରୋଗ, ରକ୍ତ କର୍କଟ ପ୍ରଭୃତି ଭଳି ଜନସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟିକାରୀ ରକ୍ତ ବିକାର ବୈଶିଷ୍ଟ୍ୟାବଳୀ – ଭାରତର ବିଭିନ୍ନ ଭାଗ ଏବଂ ୧୨ଟି ରାଷ୍ଟ୍ରରୁ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି – ବିଶ୍ୱ ହେମାଟୋଲୋଜି କ୍ଷେତ୍ରରେ ଶୀର୍ଷସ୍ତରର ବିଶେଷଜ୍ଞଙ୍କ ସମେତ ୪୦ଜଣରୁ ଅଧିକ ବିଶିଷ୍ଟ ଆନ୍ତର୍ଜାତିକ ଫାକଲ୍‍ଟି ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଉଦ୍‍ବୋଧନ ଦେବେ । ଆମେରିକାନ୍‍ ସୋସାଇଟି ଅଫ ହେମାଟୋଲୋଜି (ଏଏସ୍‍ଏଚ), ୟୁରୋପିଆନ୍‍ ହେମୋଟୋଲୋଜି ଆସୋସିଏସନ୍‍ (ଇଏଚ୍‍ଏ) ଏବଂ ଅନ୍ୟ ଆନ୍ତର୍ଜାତିକ ହେମାଟୋଲୋଜି ଆସୋସିଏସନ୍‍ସମୂହର ପ୍ରତିନିଧିଗଣ ଏଥିରେ ଯୋଗଦେବେ ।

– ପ୍ରଥମ ଥର ପାଇଁ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ରାଷ୍ଟ୍ରସମୂହ ଅଥବା ତତ୍କାଳୀନ ସାର୍କ ରାଷ୍ଟ୍ରସମୂହରୁ ବହୁ ସଂଖ୍ୟାରେ ପ୍ରତିନିଧିତ୍ୱ ରହିବ ।

– ୬୪ତମ ଆଇଏସ୍‍ଏଚବିଟି ବାର୍ଷିକ ସମ୍ମିଳନୀରେ ରକ୍ତ ବିକାର ଓ ରୋଗଗୁଡିକ ସମ୍ପର୍କରେ ଆଲୋଚନା କରାଯିବ, ରୋଗ ନିରୂପଣ ଓ ଚିକିତ୍ସା କ୍ଷେତ୍ରରେ ଅଧୁନାତମ ବିଚାରଧାରା ସମ୍ପର୍କରେ ସହଭାଗୀତା କରାଯିବ ଯାହା ଭାରତରେ ପ୍ରତ୍ୟକ୍ଷ ଭାବରେ ରୋଗୀ ପରିଚାଳନାରେ ସହାୟକ ହେବ ।

– ପ୍ରଥମ ଥର ପାଇଁ ଆଏସ୍‍ଏଚବିଟି ତାହାର ପ୍ରଥମ ଇସ୍ତାହାର ଉନ୍ମୋଚନ କରିବ- ତାହା ହେଉଛି ଆଇଏସ୍‍ଏଚବିଟି ଭୁବନେଶ୍ୱର ଇସ୍ତାହାର ୨୦୨୩

– ଯେଉଁଥିରେ ଭାରତରେ ରକ୍ତ ବିକାର ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ କାର୍ଯ୍ୟାନ୍ୱୟନ ଦିଗଗୁଡିକ ଉପରେ ଉଲ୍ଲେଖ ରହିବ ।

– ଗୁରୁତର ରକ୍ତସମ୍ପର୍କିତ ରୋଗଗୁଡିକର ଚିକିତ୍ସା କ୍ଷେତ୍ରରେ ହେମାଟୋଲୋଜିଷ୍ଟମାନେ ସମ୍ମୁଖୀନ ହେଉଥିବା ଆଇନଗତ ପ୍ରସଙ୍ଗ ଓ ଜଟିଳ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ପ୍ରଥମ ତରପାଇଁ ‘ଆଇନ ଓ ହେମାଟୋଲୋଜି’ ସମ୍ପର୍କରେ ଏକ ଅଧିବେଶନ ଆୟୋଜିତ ହେବ ।

– ଜନସ୍ୱାସ୍ଥ୍ୟ ସମସ୍ୟାଗୁଡି ସମ୍ପର୍କରେ ଆନ୍ତଃବିଭାଗୀୟ ଆଭିମୁଖ୍ୟରେ ସମ୍ମିଳିତ ପ୍ରୟାସ ନିମନ୍ତେ ପ୍ରଥମ ଥର ପାଇଁ ହେମାଟୋକନ୍‍ ଇଣ୍ଡିଆନ କଲେଜ ଅଫ୍‍ ଫିଜିସିଆନ୍ସ (ଆଇସିପି) ଏବଂ ଫେଡେରେସନ୍‍ ଅଫ ଅବ୍‍ଷ୍ଟେଟ୍ରିକ୍‍ ଆଣ୍ଡ ଗାଇନୋକୋଲୋଜିକାଲ୍‍ ସୋସାଇଟିଜ୍‍ ଅଫ ଇଣ୍ଡିଆ ଆଦି ଅନ୍ୟ ଚିକିତ୍ସା ପରିଷଦଗୁଡିକ ସହିତ ମିଳିତ ଅଧିବେଶନ ଆୟୋଜନ କରିବ ।

– ସମ୍ମିଳନୀରେ ପ୍ରାୟ ୪୭୦ ଗବେଷଣାତ୍ମକ ନିବନ୍ଧ ସମ୍ପର୍କରେ ଅବତାରଣା ଓ ଆଲୋଚନା କରାଯିବ ।

– ଭୁବନେଶ୍ୱର ଓ କଟକର ବିଭିନ୍ନ ସଂସ୍ଥାନରେ ହେମାଟୋଲୋଜିଷ୍ଟ ଏବଂ ଡାକ୍ତରମାନଙ୍କୁ ରୋଗ ନିରୂପଣ ଓ ଚିକିତ୍ସା କ୍ଷେତ୍ରରେ ସର୍ବାଧୁନିକ ପ୍ରଗତି ସମ୍ପର୍କରେ ତାଲିମ ପ୍ରଦାନ ନିମନ୍ତେ ଶୀର୍ଷସ୍ତରର ଆନ୍ତର୍ଜାତିକ ଫାକଲ୍‍ଟିଙ୍କ ନେତୃତ୍ୱରେ ପ୍ରାୟ ୨୦ଟି କର୍ମଶାଳା ଆୟୋଜନ କରାଯିବ ।

ଭୁବନେଶ୍ୱର : ସଂକ୍ରାମକ ଠାରୁ ଜୀବନଶୈଳୀ ସମ୍ପର୍କିତ ରୋଗ ଏବଂ ଦୀର୍ଘଦିନରୁ ରହିଆସିଥିବା ଗୁରୁତର ରୋଗଗୁଡିକର ବ୍ୟାପକତାକୁ ମୁକାବିଲା କରିବା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଆହ୍ୱାନର ସମ୍ମୁଖୀନ ହେଉଛି । ଏଗୁଡିକ ମଧ୍ୟରେ ଆନେମିଆ, ଥାଲାସେମିଆ, ସିକଲ ସେଲ୍‍ ଆନେମିଆ, ହେମୋଫଲିଆ ଏବଂ ରକ୍ତ କର୍କଟ ଭଳି ରକ୍ତ ବିକାର ରୋଗଗୁଡିକ ରାଷ୍ଟ୍ରର ସ୍ୱାସ୍ଥ୍ୟଯତ୍ନ ବ୍ୟବସ୍ଥା ଉପରେ ଗୁରୁତର ବୋଝ ସୃଷ୍ଟି କରୁଛି । ସତ୍ୟତମ ଆକଳନରୁ ସୂଚନା ମିଳୁଛି ଯେ ଭାରତର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ଲୋକ ଗୁଣସୂତ୍ରଜନିତ, ବଂଶଗତ ଏବଂ ପୁଷ୍ଟି ସମ୍ପର୍କିତ ଅଭାବ ଆଦି କାରଣରୁ ବିଭିନ୍ନ ପ୍ରକାର ଆନେମିଆରେ ଆକ୍ରାନ୍ତ ହେଉଛନ୍ତି ।

ଥାଲାସେମିଆ ଭାରତର ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି, ସେହି ସମୟରେ ସିକଲ୍‍ ସେଲ୍‍ ରୋଗ ରାଷ୍ଟ୍ରର ଅନେକ ଭାଗରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି ଏବଂ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ଗୋଷ୍ଠୀ କ୍ଷେତ୍ରରେ ଏହି ରୋଗ ହାର ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏଥିସହିତ ହେମୋଫିଲିଆ ଏବଂ ରକ୍ତ କର୍କଟ ଭଳି ରକ୍ତ ବିକାର ରାଷ୍ଟ୍ରରେ ଅନ୍ୟତମ ପ୍ରମୁଖ ସ୍ୱାସ୍ଥ୍ୟଗତ ଆପଦ ହୋଇ ରହିଛି ।

ଆନେମିଆ (ରକ୍ତହୀନତା), ସିକଲ ସେଲ୍‍ ରୋଗ ଏବଂ ଥାଲାସେମିଆର ମୁକାବିଲା ନିମନ୍ତେ ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ବିବିଧ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିରନ୍ତର କାର୍ଯ୍ୟକାରୀ କରୁଥିବା ସତ୍ତ୍ୱେ ବହୁବିଧ କାରଣରୁ ଆଶାନୁରୂପ ଫଳ ମିଳିନାହିଁ । ଏହି ପୃଷ୍ଠଭୂମିରେ ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ହେମାଟୋଲୋଜି ଆଣ୍ଡ ବ୍ଲଡ୍‍ ଟ୍ରାନ୍ସଫ୍ୟୁଜନ (ଆଇଏସ୍‍ଏଚବିଟି) ଏହାର ୬୪ତମ ବାର୍ଷିକ ସମ୍ମିଳନୀ- ହେମାଟୋକନ୍‍ ୨୦୨୩ ଭୁବନେଶ୍ୱରରେ ୨୦୨୩ ନଭେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛି ।

ହେମାଟୋକନ୍‍ ୨୦୨୩ର ସଂଗଠନ ସମ୍ପାଦକ ତଥା ପ୍ରଫେସର ଏବଂ ହେଡ୍‍ ଅଫ କ୍ଲିନିକାଲ ହେମାଟୋଲୋଜି ଡିପାର୍ଟମେଣ୍ଟ, ଏସ୍‍ସିବି ମେଡିକାଲ କଲେଜ ଆଣ୍ଡ ହସ୍‍ପିଟାଲ, କଟକ, ପ୍ରଫେସର ରବିନ୍ଦ୍ର କୁମାର ଜେନା କହିଥିଲେ, “ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ଠାରେ ଦେଖାଦେଉଥିବା ରକ୍ତ ବିକାର ଓ ରୋଗଗୁଡିକ ଏବଂ ହେମାଟୋଲୋଜି କ୍ଷେତ୍ର ପରିସର ମଧ୍ୟରେ ଦେଖାଦେଉଥିବା ନୂଆ ନୂଆ ବିଷୟ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ଜାରିରଖିବା ।

ରୋଗ ନିରୂପଣ ଏବଂ ଚିକିତ୍ସା କ୍ଷେତ୍ରରେ ଉପଲବ୍ଧ ସର୍ବାଧୁନିକ ଅଗ୍ରଗତି ସମ୍ପର୍କରେ ଅଂଶଗ୍ରହଣକାରୀ ଜ୍ଞାନ ଆଦାନପ୍ରଦାନରେ ନିଜକୁ ନିୟୋଜିତ କରିବେ ଏବଂ ତତ୍‍ସହିତ ସାମ୍ପ୍ରତିକ ଘଟଣାଗୁଡିକ ଆଧାରରେ ଚିକିତ୍ସା ବୃତ୍ତିଧାରୀଙ୍କ ସହିତ ନିଜକୁ ଅଧିକ ସୁସଂହତ କରିବେ । ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ରଖୁଥିବା ରକ୍ତଜନିତ ରୋଗ ଯଥା ଆନେମିଆ ଏବଂ ସିକଲ ସେଲ୍‍ ରୋଗ ଆଦି ରୋଗଗୁଡିକର ସାମଗ୍ରିକ ପରିଚାଳନା ଉପରେ ମୁଖ୍ୟତଃ ଦୃଷ୍ଟି କେନ୍ଦ୍ରୀଭୂତ ହେବ । ଏସବୁ ସହିତ ଲ୍ୟୁକେମିଆ, ଲିମ୍ଫୋମାସ୍‍, ମାଇଲୋମାସ୍‍ ଏବଂ ଅନ୍ୟ ରକ୍ତ ସମ୍ପର୍କିତ ରୋଗ ସ୍ଥିତି ଭଳି ବିବିଧ ରକ୍ତ କର୍କଟ ରୋଗ ମୁକାବିଲା କ୍ଷେତ୍ରରେ ଘଟୁଥିବା ପ୍ରଗତି ଉପରେ ଆଲୋଚନା କରାଯିବ ।

ଭାରତର ବିଭିନ୍ନ ଭାଗ ଏବଂ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଇଟାଲି ଆଦି ବିଦେଶୀ ରାଷ୍ଟ୍ରରୁ ୧୫୦୦ରୁ ଅଧିକ ଡାକ୍ତର ଏବଂ ତତ୍‍ସହିତ ଏଏସ୍‍ଏଚ, ଇଏଚ୍‍ଏ, ସିକଲ ଗ୍ଲୋବାଲ ନେଟୱର୍କ, ଭାରତ ସରକାର, ଓଡ଼ିଶା ସରକାର ଏବଂ ଅନ୍ୟ ସହଭାଗୀଙ୍କ ପକ୍ଷରୁ ପ୍ରତିନିଧିଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । କର୍ମଶାଳାଏବଂ କଣ୍ଟିନ୍ୟୁଇଂ ମେଡିକାଲ ଏଜୁକେସନ (ସିଏମ୍‍ଇ) କାର୍ଯ୍ୟକ୍ରମରେ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ୪୦ ଜଣ ହେମାଟୋଲୋଜିଷ୍ଟ ଏବଂ ଭାରତରୁ ଅନ୍ୟ ୧୦୦ ଜଣ ବିଶିଷ୍ଟ ବିଶାରଦ ଯୋଗଦେଇ ସେମାନଙ୍କର ଅମୂଲ୍ୟ ଜ୍ଞାନ ଏବଂ ବିଦ୍ୱତା ସମ୍ମିଳନୀର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବିତରଣ କରିବେ ବୋଲି ପ୍ରଫେସର ଜେନା କହିଥିଲେ ।

ହେମାଟୋକନ୍‍ ୨୦୨୩ରେ ଅନେକ କିଛି ପ୍ରଥମ ଥର ହେବାକୁ ଯାଉଛି: ସେଗୁଡିକ ମଧ୍ୟରୁ କେତେକ ନିମ୍ନରେ ଉଲ୍ଲେଖ କରାଯାଇଛି: – ଅପ୍ରତ୍ୟାଶିତ ସାର୍କ ସମ୍ପୃକ୍ତି: ପ୍ରଥମ ଥର ପାଇଁ ସାର୍କ ରାଷ୍ଟ୍ରସମୂହର ପ୍ରତିନିଧିଗଣ ଏକ ମିଳିତ ଅଧିବେଶନ ଆୟୋଜନ କରି ଆନେମିଆ, ଥାଲାସେମିଆ ଏବଂ ସିକଲ୍‍ ସେଲ ରୋଗ ଦ୍ୱାରା ସେମାନଙ୍କର ସମ୍ପୃକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ସୃଷ୍ଟି ହେଉଥିବା ଆହ୍ୱାନମୂଳକ ପରିସ୍ଥିତି ସମ୍ପର୍କରେ ଉଦ୍‍ବୋଧନ ଦେବେ । ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଆଦି ରାଷ୍ଟ୍ରର ପ୍ରତିନିଧିଗଣଙ୍କ ସହିତ ମାଲୟେସିଆ ଏବଂ ଫିଲିପାଇନ୍ସ ଆଦି ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି ।

– ଆଇନଗତ ଜଟିଳତାର ପରିଚାଳନା: ଆଇନ ଓ ହେମାଟୋଲୋଜି ଉପରେ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର ଅଧିବେଶନରେ ହେମାଟୋଲୋଜିଷ୍ଟମାନେ ଗୁରୁତର ରକ୍ତଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆଇନଗତ ସମସ୍ୟାର ମୁକାବିଲା ସମ୍ପର୍କରେ ଅନୁଧ୍ୟାନ କରାଯିବ ।

– ଆନ୍ତଃବିଭାଗୀୟ ଆଲୋଚନା: ଇଣ୍ଡିଆନ କଲେଜ ଅଫ୍‍ ହେମାଟୋଲୋଜି (ଆଇସିଏଚ୍‍) ଏବଂ ଇଣ୍ଡିଆନ କଲେଜ ଅଫ ଫିଜିସିଆନ୍ସ (ଆଇସିପି) ମଧ୍ୟରେ ମିଳିତ ଅଧିବେଶନଗୁଡିକ ଗୁରୁତର ଅସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ସାଇଟୋପେନିଆ ଭଳି ବିଷୟ ଉପରେ ଅଧିକ ବିଚାର ବିମର୍ଷ କରିବେ ଏବଂ ଏହା ଉଭୟ ସୋସାଇଟିର ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗିତାକୁ ସୁଦୃଢ କରିବ ।

– ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ: ଇଣ୍ଡିଆନ କଲେଜ ଅଫ ହେମାଟୋଲୋଜି ଏବଂ ଫେଡେରେସନ ଅଫ ଅବ୍‍ଷ୍ଟେଟ୍ରିକ୍‍ ଆଣ୍ଡ ଗାଇନୋକୋଲୋଜିକାଲ୍‍ ସୋସାଇଟିଜ୍‍ ଅଫ ଇଣ୍ଡିଆ (ଏଫଓଜିଏସ୍‍ଆଇ) ମଧ୍ୟରେ ଅନ୍ୟ ଏକ ମିଳିତ ଅଧିବେଶନ ଆୟୋଜିତ ହେବ ଯେଉଁଥିରେ ଯୁବ ବୟସର ମହିଳାଙ୍କ କ୍ଷେତ୍ରରେ ମେନୋରାଜିଆ ପରିଚାଳନା ଉପରେ ଆଲୋକପାତ କରାଯିବ ।

– ଭୁବନେଶ୍ୱର ଇସ୍ତାହାର : ରୋଗୀଙ୍କ କ୍ଷେତ୍ରରେ ଅଧିକ ପ୍ରଭାବୀ ଫଳାଫଳ ନିମନ୍ତେ ହେମାଟୋଲୋଜି ଏବଂ ବ୍ଲଡ ଟ୍ରାନ୍ସଫ୍ୟୁଜନ ପ୍ରାକ୍ଟିସରେ ଉନ୍ନତି ଆଣିବା ନିମନ୍ତେ ସମ୍ମିଳନୀର ସାମୂହିକ ପ୍ରତିବଦ୍ଧତା ଉପରେ ଏକ ଘୋଷଣାନାମା ପ୍ରକାଶ ପାଇବ ।

– ଉତ୍କର୍ଷକୁ ସମ୍ମାନ ପ୍ରଦାନ : ଏହି ସମ୍ମିଳନୀରେ ଆଇସିଏଚ୍‍ର ଉଦ୍‍ଘାଟନୀ ଉତ୍ସବ ଏବଂ ସାତଜଣ ନୂତନ ବ୍ୟକ୍ତିଙ୍କୁ ଏହି କ୍ଷେତ୍ରରେ ସେମାନଙ୍କର ଉଳ୍ଲେଖନୀୟ ଅବଦାନ ନିମନ୍ତେ ସ୍ୱୀକୃତି ପ୍ରଦାନକାରୀ ଏକ ଫେଲୋସିପ୍‍ ଉତ୍ସବ ଆୟୋଜିତ ହେବ ।

– ସର୍ବାଧୁନିକ ଗବେଷଣା : ଏହି ସମ୍ମିଳନୀରେ ମୋଟ ୪୭୦ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ ହେବ, ଯାହା ହେମାଟୋଲୋଜି କ୍ଷେତ୍ରରେ ବହୁ ଦୁର୍ମୂଲ୍ୟ ଅନ୍ତର୍ଦୃଷ୍ଟି ଏବଂ ଆବିଷ୍କାର ସମ୍ପର୍କରେ ଆଲୋକପାତ କରିବ । ଇଣ୍ଡିଆନ ସୋସାଇଟି ଅଫ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ (ଆଇଏସ୍‍ଏଚବିଟି) ଏକମାତ୍ର ବୃତ୍ତିଗତ ହେମାଟୋଲୋଜିଷ୍ଟଙ୍କର ପରିଷଦ ଯେଉଁଥିରେ ସମଗ୍ର ଦେଶରୁ ସଦସ୍ୟଗଣ ରହିଛନ୍ତି ଏବଂ ଏହାର ଏକମାତ୍ର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ମଧ୍ୟରେ ସଚେନତା ସୃଷ୍ଟି, ଡାକ୍ତରମାନଙ୍କ ମଧ୍ୟରେ ସଦ୍ୟତମ ଚିକିତ୍ସା ଅଗ୍ରଗତି ବିଷୟରେ ଶିକ୍ଷାପ୍ରଦାନ ଏବଂ ସେମାନଙ୍କ ଜ୍ଞାନରେ ଉନ୍ନତି ସାଧନ,

ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ରକ୍ତଜନିତ ରୋଗଗୁଡିକର ନିରାକରଣ ଓ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ସରକାରମାନଙ୍କୁ ଉପଯୁକ୍ତ ପ୍ରସ୍ତାବ ଦେବା । ଇଣ୍ଡିଆନ କଲେଜ ଅଫ ହେମାଟୋଲୋଜି (ଆଇସିଏଚ୍‍) ହେଉଛି ଆଏସ୍‍ଏଚବିଟିର ଶିକ୍ଷାଗତ ବିଭାଗ ଯାହା ଆଏସ୍‍ଏଚବିଟିର ଶିକ୍ଷାଗତ ଓ ଗବେଷଣା ଭଳି ମୂଖ୍ୟ ଲକ୍ଷ୍ୟ ପରିପୂରଣ ନିମନ୍ତେ ୨୦୧୯ରୁ କାର୍ଯ୍ୟକରୁଛି ଏବଂ ଏଥିରେ ଆଇଏସ୍‍ଏଚବିଟିର ବରିଷ୍ଠ ସଦସ୍ୟଗଣ ରହିଛନ୍ତି, ଆଇସିଏଚ୍‍ ସରକାର, ଆଇସିଏମଆର ଏବଂ ଅନ୍ୟ ସଂସ୍ଥା ତଥା ସହଭାଗୀମାନଙ୍କ ସହିତ ଦେଶର ପ୍ରତ୍ୟେକ ଭାଗରେ ରକ୍ତଜନିତ ରୋଗ ସମ୍ପର୍କରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବାର ବିକାଶ ଓ ଲକ୍ଷ୍ୟ ହାସଲ କ୍ଷେତ୍ରରେ ନିୟୋଜିତ ରହିଛି ।

Dr Rabindra Kumar Jena,
Organising Secretary, Haematocon2023

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version