• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାପାଳମାନଙ୍କୁ ଇଏପି ଭଲଭାବେ ଅନୁଧ୍ୟାନ କରି ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ପରାମର୍ଶ

Proprietor Abhimanyu Maharana by Proprietor Abhimanyu Maharana
November 3, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଜିଲ୍ଲାପାଳମାନଙ୍କୁ ଇଏପି ଭଲଭାବେ ଅନୁଧ୍ୟାନ କରି ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ପରାମର୍ଶ
Share on FacebookShare on TwitterWhatsapp

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ବନ୍ଧ ନିରାପତ୍ତା ଆପାତକାଳୀନ କାର୍ଯ୍ୟ ଯୋଜନା (ଇମର୍ଜେନ୍ସି ଆକ୍ସନ ପ୍ଲାନ) ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଳ ସମ୍ପଦ ବିଭାଗ ତରଫରୁ ଲୋକ ସେବା ଭବନରେ ଆହୂତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସଙ୍କ ସମେତ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ , ମୁଖ୍ୟ ଯନ୍ତ୍ରୀ, ବନ୍ଧ ନିରାପତ୍ତା ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ବୈଠକରୁ ଜଣାଯାଇଛି ଯେ, ଗତ ୧୦ସେପ୍ଟେମ୍ବର ୨୦୨୩ରେ ବଡ ଧରଣର ବନ୍ୟା ଯୋଗୁଁ ଲିବିଆ ଦେଶର ଡେର୍ନା ସହରରେ ଅଲ-ବିଲାଦ ଡ୍ୟାମ୍ ଏବଂ ଅବୁ ମନସୁର ନାମକ ଭଳି ଦୁଇଟି ଡ୍ୟାମ୍ ଭୁଶୁଡ଼ି ପଡ଼ିଥିଲା, ଯାହାଫଳରେ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦,୦୦୦ରୁ ଅଧିକ ନିଖୋଜ ହୋଇଥିଲେ । ସେହିପରି ୨୦୨୩ ମସିହା ଅକ୍ଟୋବର ୪ ତାରିଖରେ ଅସ୍ୱାଭାବିକ ବାଦଲ ଫଟା ଲଗାଣ ବର୍ଷା ଯୋଗୁଁ ସାଉଥ୍ ଲୋନାକ୍ ଗ୍ଲାସିୟାଲ ହ୍ରଦ (ଜିଏଲ୍ଓଏଫ୍)ରେ ହଠାତ୍ ଫାଟିବା ଫଳରେ ତିସ୍ତା ନଦୀର ଜଳସ୍ତର ଅପ୍ରତ୍ୟାଶିତ ବୃଦ୍ଧି ପାଇବା ଫଳରେ ସିକିମର ଚୁଙ୍ଗଥାଙ୍ଗ ନଦୀବନ୍ଧ ବିଫଳ ହୋଇଥିଲା ।

ଏଥି ଯୋଗୁଁ ରାଜ୍ୟରେ ୧୩ଟି ପୋଲ ଭାସିଯିବା ସହ ନିଖୋଜ ୨୩ ସେନା ଯବାନଙ୍କ ମଧ୍ୟରୁ ୭ ମୃତ ଓ ଜଣେ ଉଦ୍ଧାର ହୋଇଥିଲେ । ବିପର୍ଯ୍ୟୟ ଯୋଗୁଁ ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ, ୨୪୧୧ ଜଣଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ ଶିବିରରେ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡିଶାରେ ଥିବା ହୀରାକୁଦ ସମେତ ବିଭିନ୍ନ ଜଳ ଭଣ୍ଡାରର ନଦୀବନ୍ଧ (ଡ୍ୟାମ)ଗୁଡିକର ସ୍ଥିତି ଓ ଆଗାମୀ ଦିନରେ ଉପରୋକ୍ତ ଘଟଣା ଭଳି ବନ୍ୟା, ଭୂକମ୍ପ ବା କୌଣସି ସମ୍ଭାବ୍ୟ ଅପ୍ରତ୍ୟାଶିତ ପ୍ରାକୃତିକ ଦୁର୍ବିପାକରେ ଡ୍ୟାମ ଉପରେ ପ୍ରଭାବ ପଡିଲେ ଆମର ପ୍ରସ୍ତୁତି କିପରି ରହିବ,ସେ ସଂପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ନିର୍ଦ୍ଦିଷ୍ଟ ଡ୍ୟାମର ତଦାରଖ, ଯାଞ୍ଚ, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଏହାର ସୁରକ୍ଷିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ଏହା ସହିତ ଜଡିତ କିମ୍ବା ଆନୁଷଙ୍ଗିକ ବିଷୟଗୁଡିକପାଇଁ ସଂସ୍ଥାଗତ ବ୍ୟବସ୍ଥାର ପରିଚାଳନା ନିମନ୍ତେ ୧୩.୧୨.୨୦୨୧ ରେ ବନ୍ଧ ନିରାପତ୍ତା ଆଇନ୍-୨୦୨୧ ପ୍ରଣୟନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବନ୍ଧ ନିରାପତ୍ତା ପାଇଁ ୪ସ୍ତରୀୟ ତଦାରଖ ବ୍ୟବସ୍ଥା ରହିଛି । କେନ୍ଦ୍ର ସ୍ତରରେ ଜାତୀୟ ବନ୍ଧ ସୁରକ୍ଷା କମିଟି( ଏନସିଡିଏସ) ଓ ଜାତୀୟ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ( ଏନଡିଏସ୍ଏ) ରହିଥିବା ବେଳେ ରାଜ୍ୟସ୍ତରରେ ରାଜ୍ୟ ବନ୍ଧ ନିରାପତ୍ତା କମିଟି(ଏସସିଡିଏସ) ଏବଂ ରାଜ୍ୟ ବନ୍ଧ ନିରାପତ୍ତା ସଂସ୍ଥା( ଏସଡିଏସଓ) ରହିଛି ।

ଏସସିଡିଏସଓ ପ୍ରାକ୍ ଓ ପରବର୍ତ୍ତୀ ମୌସୁମୀ ନିରୀକ୍ଷଣ ବିବରଣୀ ପ୍ରସ୍ତୁତି, ଚିହ୍ନଟକୃତ ଡ୍ୟାମଗୁଡିକର ବାର୍ଷିକ ସ୍ଥିତି, ବିସ୍ତୃତ ବନ୍ଧ ସୁରକ୍ଷା ମୂଲ୍ୟାୟନ, ଜଳସ୍ତରର ସମୀକ୍ଷା, ଜଳର ସ୍ଥିତି, ଆପାତକାଳୀନ ଯୋଜନା, ପରିଚାଳନା ଆଦି ସଂପର୍କରେ କାର୍ଯ୍ୟ କରିଥାଏ । ୧୯୯୧ ମସିହାରୁ ଗଠିତ ଏସଡିଏସ୍ଓ ଡ୍ୟାମ୍ଗୁଡ଼ିକର ସୁରକ୍ଷା ଓ କାର୍ଯ୍ୟକଳାପ ଉପରେ ନିରନ୍ତର ତଦାରଖ ଓ ରକ୍ଷଣାବେକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦାୟିତ୍ୱ ସହକାରେ ନିର୍ବାହ କରୁଥିବାରୁ ବିଶ୍ୱବ୍ୟାଙ୍କ ଓଡ଼ିଶାକୁ ପ୍ରଶଂସା କରିଛି । ଜାତୀୟ ସ୍ତରରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ, ଯିଏ ରାଜ୍ୟର ୨୧୦ଟି ନିର୍ଦ୍ଦିଷ୍ଟ ଡ୍ୟାମର ପ୍ରାକ୍ , ବନ୍ୟା ସମୟ ଓ ପରବର୍ତ୍ତୀ ମୌସୁମୀ ଯାଞ୍ଚ କରି ବନ୍ଧ ନିରାପତ୍ତା ଉପରେ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରି ଦେଶର ଅଗ୍ରଣୀ ରାଜ୍ୟ ଭାବରେ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଆସୁଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ୪୦୬୪ ଟି ଡ୍ୟାମ ରହିଥିବା ବେଳେ ସେଥିରୁ ଚିହ୍ନଟକୃତ ୨୧୦ ଟି ବୃହତ ବନ୍ଧ ନିରାପତ୍ତା ଆକ୍ସନ ପ୍ଲାନରେ ରହିଛି । ଏସଡିଏସଓ ବିଶ୍ୱ ବ୍ୟାଙ୍କ ପାଣ୍ଠିପ୍ରାପ୍ତ ଡ୍ରିପ୍ -୧ରେ ୨୬ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡ୍ୟାମର ରକ୍ଷଣାବେକ୍ଷଣ କରୁଛି ଏବଂ ଡ୍ରିପ୍ – ୨ ଅଧୀନରେ ଆଉ ୧୩ଟି ଡ୍ୟାମର କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛି । ସିଡବ୍ଲ୍ୟୁସିର ପରାମର୍ଶକ୍ରମେ ଜରୁରୀକାଳୀନ କାର୍ଯ୍ୟ ଯୋଜନା ଏବଂ ପରିଚାଳନା ମାନୁଆଲରେ ୨୬ଟି ଉତ୍ତମ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଯାହାକୁ ଜାତୀୟ ସ୍ତରରେ ବିଭିନ୍ନ ସମୟରେ ବ୍ୟାପକ ପ୍ରଶଂସା କରାଯାଇଛି ।ଏଥି ସହିତ ଦେଶରେ ଡ୍ୟାମଗୁଡିକରେ ରହିଥିବା ଥିବା ବଡ଼ ଧରଣର ଅଭାବକୁ ତୁରନ୍ତ ଦୂରକରି ବନ୍ଧ ପରିଚାଳନାକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ରାଜ୍ୟ ସରକାର ବଜେଟରେ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ରଖୁଛନ୍ତି ।

ଇଏପି ହେଉଛି ଓଡିଶା ପାଇଁ ପ୍ରସ୍ତୁତ ଏକ ଲିଖିତ ଦସ୍ତାବିଜ, ଯାହା ଏହିଭଳି ବିପର୍ଯ୍ୟୟର ଜରୁରୀକାଳୀନ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ।ଏଥିରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତିରେ ଜଳମଗ୍ନ ହେବାକୁ ଥିବା ଅଞ୍ଚଳ ଓ ପ୍ରଭାବିତ ହେବାକୁ ଥିବା ଜନସଂଖ୍ୟାକୁ ଚିହ୍ନଟ କରାଯାଇଛି। ଧନଜୀବନ କ୍ଷୟକ୍ଷତିକୁକମ୍ କରିବା ପାଇଁ ଯେକୌଣସି ପରିସ୍ଥିତିରେ ଡ୍ୟାମ ସହିତ ଜଳ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ଏଜେନ୍ସି ଦ୍ୱାରା ଅନୁସରଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ନିର୍ଦ୍ଧାରଣ କରାଯାଇଛି। ଇଏପିର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର କି କି ପଦକ୍ଷେପ ଓ ଭୂମିକା ରହିବ, ସେ ସଂପର୍କରେ ନିଶ୍ଚିତ କରୁଛି ।

ବନ୍ୟା, ଭୀଷଣ ଝଡ଼ ବାତ୍ୟା, ଭୂକମ୍ପ, ଅନ୍ୟାନ୍ୟ ସମ୍ଭାବ୍ୟ ଅଦୃଷ୍ଟ ବିପର୍ଯ୍ୟୟରେ କଣ ପଦକ୍ଷେପ ନିଆଯିବ, ଏହି ଆକ୍ସନ ପ୍ଲାନର ମୁଖ୍ୟ ଉଦ୍ଦେଶ୍ୟ । ବନ୍ଧ ସୁରକ୍ଷା ଦାୟିତ୍ୱରେ ରହିଥିବା ଯନ୍ତ୍ରୀ, ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା, ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ର ଓ ରାଜ୍ୟ ତଦାରଖ ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ରହୁଥିବା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି । ହଠାତ୍‌ ଏଭଳି ବିପର୍ଯ୍ୟୟ ସୃଷ୍ଟି ହେଲେ କେତେ ଅଂଚଳ, କେତେ ଲୋକ ପ୍ରଭାବିତ ହେବେ, କେତେ ଗାଡି, କୋଠା ଉପରେ ପ୍ରଭାବ ପକାଇବ ତାହା ଉପରେ ବନ୍ୟା ପ୍ରଭାବ ମାନଚିତ୍ର (ଫ୍ଲଡ୍‌ ଇନ୍ୟୁଣ୍ଡେସନ ମ୍ୟାପ) ପ୍ରସ୍ତୁତ କରାଯାଇଛି ।

ଏଥି ପାଇଁ ୫ଟି ପର୍ଯ୍ୟାୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଯୋଜନା ରହିଛି । ଆରମ୍ଭରୁ ଅସ୍ୱାଭାବିକ ଘଟଣା ଜଣାଗଲେ ସଙ୍ଗେ ସଙ୍ଗେ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିବା, ସତର୍କତାର ପ୍ରକାର, ସୂଚନା ପରବର୍ତ୍ତୀ ତତକ୍ଷଣାତ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା, କାର୍ଯ୍ୟାନୁଷ୍ଠାନ ଓ ପରବତ୍ତୀ ପରକ୍ଷେପ ସଂପର୍କରେ ଯୋଜନାରେ ରହିଛି । ପ୍ରତି ଜିଲ୍ଲାରେ ପୋଲିସ୍, ଅଗ୍ନିଶମ ବିଭାଗ, ସେନା ବାହିନୀ,ନୌସେନା ଆଦିଙ୍କ ଭୂମିକା ସଂପର୍କରେ କାର୍ଯ୍ୟ ଯୋଜନା ରହିଛି । ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଇଏପି ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ । ଆମର ଦୀର୍ଘ ବର୍ଷର ଡ୍ୟାମଗୁଡିକର ନିୟମିତ ରକ୍ଷଣାବେକ୍ଷଣ ଫଳରେ ସେସବୁ ଭଲ ସ୍ଥିତିରେ ରହିଛି ।

କିନ୍ତୁ ସମ୍ଭାବ୍ୟ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଆମକୁପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳମାନଙ୍କୁ ଇଏପିରେ ଥିବା ବିଭିନ୍ନ ତଥ୍ୟ ଗୁଡିକର ସଠିକ୍ ଅନୁଧ୍ୟାନ କରି ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅଧୁନାତନ କରାଯାଉଥିବା ଇଏପିର ତଥ୍ୟକୁ ଜଳ ସଂପଦ ବିଭାଗକୁ ଜଣାଇବା ସହିତ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହିତ ସମନ୍ୱିତ କରିବାକୁ କୁହାଯାଇଛି, ଯଦ୍ଦ୍ୱାରା ଆବଶ୍ୟକ ସମୟରେ ବିପର୍ଯ୍ୟୟ ପ୍ରାକ୍ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ସମନ୍ୱୟ ସହଜ ହେବ । ଇଏପିକୁ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରିବା, ଅଂଶୀଦାରମାନଙ୍କ ସହିତ ପରାମର୍ଶ ଓ ବିଭିନ୍ନ ସ୍ତରରେ ଆଲୋଚନା, ବିପର୍ଯ୍ୟୟ ପ୍ରସ୍ତୁତି ମକ୍ ଡ୍ରିଲ କରାଯିବାର ଆବଶ୍ୟକତା ସଂପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version