No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଜନ୍ମ ଭୂମି ଭାରତ ବର୍ଷରେ ଅନେକ ଦିଗଦ୍ରଷ୍ଟା ମହା ମାନବ ମାନଙ୍କୁ ଜନ୍ମ ଦେଇଛି । ସେତି ମଧ୍ଯ ରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଅନ୍ଯନ୍ଯ ସ୍ବାଧୀନ ଭାରତ ର ସ୍ବତନ୍ତ୍ର ବିଶିଷ୍ଠ ନାୟକ ଥିଲେ । ମହାମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୩୧ ଅକ୍ଟୋବର ୧୮୭୫ ମସିଆରେ ଜନ୍ମ ଗ୍ରହଣ କରିଥିଲେ । ୧୯୧୭ ମହିହାରେ କୃଷକ ମାନଙ୍କ ପାଇଁ କୃଷକ ସତ୍ଯାଗ୍ରହ ରେ ଯୋଗଦେଇ ।
ପରେ ଭାରତ ର ଅଖଣ୍ଡତା ଓ ଭାରତ କୁ ସ୍ବାଧୀନ କରିବାରେ ପ୍ରମୁଖ ଭୂମିକା ରହିଥିଲା । ଆଜି ଦିଗଭ୍ରଷ୍ଟା ମହାମାନବ ଙ୍କ ଜନ୍ମ ଦିନକୁ ସାରା ଭାରତ ରେ ବିଶ୍ବ ଏକତା ଦିବସ ଭାବେ ପାଳନ କରିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭିଭିନ୍ନ ପ୍ରାନ୍ତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅମର ରହେ ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଗଣ ଦୌଡରେ ସାମିଲ ହୋଇଥିଲେ ।
ତିରିଂ ବ୍ଳକ୍ ର ବଡଡାଳିମା ର ବାବା ତିଲକା ମାଝୀଙ୍କ ପ୍ରତିମୂର୍ତ୍ତି ନିକଟରୁ ୨ ଶହ ତିରିଂ ଭା ଜା ପା ଦଳ ତରଫରୁ ଏକ ବିଶାଳ ଗଣ ଦୌଡ ଆରମ୍ଭ ହୋଇ ରତନ ସାହି ପର୍ଯ୍ୟନ୍ତ ପହଞ୍ଚିଥିଲେ । ରତନ ସାହି ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅମର ରହେ ସ୍ଲୋଗାନ ଦେଇ ଭାରତ ଅଖଣ୍ଡ ତା ଓ ଏକତା ସମ୍ପକିରେ ଆଲୋଚନା କରି ଗଣ ଦୌଉଡ କୁ ସମାପ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଫାଗୁ ରାମ ମାର୍ଣ୍ଡି , ପରମେଶ୍ଵର ସାମାଡ, ତପନ ବେହେରା, ଶିବାଜୀ ପାତ୍ର , ଶଙ୍କର ବିନ୍ଦାଣୀ, ପ୍ରଦୀପ ନାଗ, ମେଘରାୟ ମୁର୍ମୁ , ପଛାଇ ଆଲଡା , ରତିକାନ୍ତ ରାଉତ ଓ ଅର୍ଜୁନ ଗିରି ପ୍ରମୁଖ ଗଣ ଦୌଉଡକୁ ପରିଚାଳନା କରିଥିଲେ।
No Result
View All Result