୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ରାଜ୍ୟ ସରକାର ଙ୍କ” ଆମ ଓଡ଼ିଶା ନବୀନ ଓଡ଼ିଶା” ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ଚିଲିକା ବ୍ଲକ ପରିସରରେ ଆୟୋଜିତ ସଭାରେ ମାନ୍ୟବର ରାଜ୍ୟ ସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ଏହି ଡିଜିଟାଲ ପ୍ଲାଟଫର୍ମ ସହ ଯୋଡ଼ିହୋଇ ଲୋକାର୍ପିତ “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧୀନ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକରେ ମୋଟ ୧୭ ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଚୁଡାନ୍ତ ହୋଇଥିବା ମୋଟ ୮କୋଟି ୫୦ ଲକ୍ଷ ଟଙ୍କା ବାବଦରେ ସୂଚନା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା ନାମକ ଲୋକାଭିମୁଖୀ ଏହି ପ୍ରକଳ୍ପ ରେ ସମଗ୍ର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ଚିଲିକା ଓ ବାଣପୁର ବ୍ଲକର ମୋଟ ୩୪ ଟି ପଞ୍ଚାୟତ ଅଧୀନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରୀ ହେବା ପାଇଁ ରାଜ୍ୟ ସରକାର ମୋଟ ୧୭ କୋଟି ଟଙ୍କା ମଞ୍ଜୁର କରିଥିବା ପ୍ରକାଶ ।

ଚିଲିକା ବ୍ଲକ ପରିସରରେ ଆୟୋଜିତ ଏହି ଲୋକାର୍ପଣ ସଭାରେ ଅନ୍ୟ ମାନଙ୍କ ସହିତ ରାଜ୍ୟ ବିଜୁ ଜନତାଦଳର ଚିଲିକା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜା ଚକ୍ର ଙ୍କ ସହିତ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ , ମିଶନ ଶକ୍ତି ର ମହିଳା ଗୋଷ୍ଠୀ ଙ୍କ ସହିତ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଚିଲିକା ବ୍ଲକ ବିଡିଓ ଡଃ ଜଗଦୀଶ ଷଡ଼ଙ୍ଗୀ, ବିଭିନ୍ନ ବିଭାଗର ଅଧିକାରୀମାନେ, ଦଳୀୟ କର୍ମୀ ନେତା ଓ ବିଭିନ୍ନ ପଞ୍ଚାୟତ ର ଦଳୀୟ ସ°ଗଠକ, ଦଳୀୟ ସମର୍ଥକ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।














