No Result
View All Result
୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ପୁଣ୍ୟ ଶ୍ଲୋକ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଏକ ମନୋଜ୍ଞ କବିତାପାଠ ଉତ୍ସବ ବାଣପୁର ସ୍ଥିତ ନେହେରୁ ସେବା ସଂଘ ର କନକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ପୁରୁଷୋତ୍ତମ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ରେ ବରିଷ୍ଠ ସାମ୍ବାଦିକ ନ୍ରୃସିହ ପ୍ରସାଦ ମିଶ୍ର,

ଚିଲିକା ସାହିତ୍ୟ ସମାଜ ର ସାଧାରଣ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀ ଧର ସୁବୁଦ୍ଧି ପ୍ରମୁଖ ଯୋଗଦେଇ କବିତା ପାଠୋତ୍ସବ କୁ ପରିଚାଳନା କରିଥିଲେ । ଅଧ୍ୟାପକ ଲକ୍ଷ୍ମୀ ଧର ସୁବୁଦ୍ଧି କବିତା ଗୁଡ଼ିକ ର ସନ୍ ଯୋଜନା କରିଥିବା ବେଳେ ଚିଲିକା ସାହିତ୍ୟ ସମାଜ ର କୋଷାଧ୍ୟକ୍ଷ ରମେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଞ୍ଚଳର ୫୦ରୁ ଉର୍ଦ୍ଧ୍ଵ କବି ଶିଶିର କୁମାର ଦାସ,

ପ୍ରଫେସର ନ୍ରୃସିହ ଚରଣ ପ୍ରଧାନ, ଭିକାରୀ ଚରଣ ପ୍ରଧାନ,ରୋଜି ମିଶ୍ର, ଆନନ୍ଦ ଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ଦାଶ, ରବୀନ୍ଦ୍ର କୁମାର ପ୍ରଧାନ, ବିଚିତ୍ରାନନ୍ଦ ବେହେରା, ଦେବାଶିଷ ପଟ୍ଟନାୟକ, ଶେଷଦେବ ମହାରଣା, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ମଦନମୋହନ ମହାପାତ୍ର,କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ର ସ୍ବରଚିତ କବିତା ଆବ୍ରୃତ୍ତି କରିଥିଲେ ।

No Result
View All Result