No Result
View All Result
୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ମିଲେଟ୍ସ ମିଶନ ମିଲେଟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ବାସିନ୍ଦାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ଭୁବନେଶ୍ୱରର ଏସପ୍ଲାନେଡ ମଲରେ ଚଳିତ ମାସ ୨୧ରୁ ୨୨ ତାରିଖ ଦୁଇଦିନ ଧରି ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ‘ଓଡ଼ିଶା ମିଲେଟ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକମାନଙ୍କ ମଧ୍ୟରେ ମିଲେଟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ଆତ୍ମା ଖୋର୍ଦ୍ଧାର ସିଡିଏଓ ଓ ପିଡି ଶ୍ରୀଯୁକ୍ତ ଶରତ କୁମାର ପରିଡ଼ା ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍ସ ମିଶନର ଜିଲ୍ଲା ସଂଯୋଜକ ଜେସିକା ସାହୁ ଉପସ୍ଥିତ ରହିଥିଲେ । ଆୟୋଜକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଶା ମିଲେଟ୍ସ ମିଶନ୍ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲୋକମାନଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଓ ତା’ ପ୍ରଭାବରେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକୁ ହାସ୍ୟରସ ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ପ୍ରସିଦ୍ଧ ଟିଭି ଓ ଫିଲ୍ମ ହାସ୍ୟ ଅଭିନେତା ସୁଜିତ କୁମାର ଜେନା ଏବଂ ହାସ୍ୟ ଅଭିନେତ୍ରୀ ଚାନ୍ଦିନୀ ଓ ଡଲି ହାସ୍ୟରସ ପରିବେଷଣ କରି ଲୋକମାନଙ୍କର ମନୋରଞ୍ଜନ କରିଥିବା ବେଳେ ଲୋକପ୍ରିୟ ଗାୟକ କୁଲଦୀପ ଏହି ସାନ୍ଧ୍ୟ କାର୍ଯ୍ୟକ୍ରମରେ ଗୀତ ଗାଇ ଦର୍ଶକମାନଙ୍କୁ ଖୁସି କରାଇଥିଲେ । ଓଡ଼ିଆ ଓ ହିନ୍ଦୀଗୀତର ତାଳରେ ଦର୍ଶକମାନେ ଝୁମୁଥିବା ଦେଖିବାକୁ ମିଳିଥିଲା ।

ଓଡ଼ିଶା ମିଲେଟ୍ସ ମିଶନ୍ ଲୋକମାନଙ୍କର ଉତ୍ସାହକୁ ବହୁଗୁଣିତ କରିବା ନିମନ୍ତେ ବିଭିନ୍ନ କଉତୁକିଆ ତଥା ପ୍ରତିଯୋଗିତାମୂଳକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିଥିଲା । ଖେଳରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ତଥା ଦର୍ଶକମାନଙ୍କୁ ଏହା ଆନନ୍ଦ ପ୍ରଦାନ କରିଥିଲା । ଏହି ରୋମାଞ୍ଚକର କ୍ରିଡ଼ା ପ୍ରତିଯୋଗିତାର ବିଜେତାମାନଙ୍କୁ ଆକର୍ଷଣୀୟ ଉପହାରମାନ ପ୍ରଦାନ କରାଯାଇଥିଲା ।
ଏହା ସେମାନଙ୍କ ଉତ୍ସାହରେ ବୃଦ୍ଧି ଘଟାଇଥିଲା । ଓଡ଼ିଶା ମିଲେଟ୍ ମିଲେଟ୍ସ ମିଶନ୍ ହେଉଛି ରାଜ୍ୟ ସରକାରଙ୍କର ଏକ ଐତିହାସିକ ଅଭିଯାନ ଯାହା ଜରିଆରେ ରାଜ୍ୟ ସରକାର ମିଲେଟ୍ସର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହି ପ୍ରକିୟାର ଏକ ଅଂଶ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୨୦ଟି ସହରରେ ‘ଓଡ଼ିଶା ମିଲେଟକୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଓଡ଼ିଶା ସରକାରଙ୍କର ଏହି ଅଭିନବ ପ୍ରୟାସ ରାଜ୍ୟରେ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି । ଏଭଳି ଭାବରେ ଆଞ୍ଚଳିକ ସ୍ତରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ କେବଳ ଏକ ବୃହତ୍ତର ଦର୍ଶକଗୋଷ୍ଠୀର ଦୃଷ୍ଟି ଆକର୍ଷଣ କରୁନାହିଁ; ଅଧିକନ୍ତୁ ରାଜ୍ୟବାସୀଙ୍କୁ ସୁସ୍ଥ ତଥା ସୁଖୀ ଜୀବନଶୈଳୀ ଆପଣାଇବାକୁ ପ୍ରୋତ୍ସାହିତ କରୁଛି ।

No Result
View All Result