No Result
View All Result
୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଚାନ୍ଦପୁର :- ଆଶା କର୍ମୀ ମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ମା ରତ୍ନମାଳୀ ଦେବୀଙ୍କ ପୀଠରେ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଟାଙ୍ଗୀ ବ୍ଲକର ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇଥିଲେ।ଏଥିରେ ଗର୍ଭବତୀ ମା ମାନଙ୍କର କିଭଳି ଯତ୍ନ ନେବା ଓ ତା ସହ ସମସ୍ତ କାର୍ଯ୍ୟକ୍ରମ କୁ ଡିଜିଟାଇଜେସନ କରିବାକୁ ଆଲୋଚନା ହୋଇଥିଲା ଏଥିରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା.ସତ୍ୟ ରଂଜନ ନନ୍ଦ, ପ୍ରୋଗ୍ରାମ ଅଫିସର ତପନ କୁମାର ମଣ୍ଟୁ ସୁପରଭାଇଜର ପ୍ରଶନ ବଳିୟାର ସିଂ,ପ୍ରମୁଖ ଯୋଗ ଦେଇ ଆଶା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ରାକେଶ କୁମାର ଜଗଦେବ ସମସ୍ତ ପ୍ରକାର ସହଯୋଗ କରିଥିଲେ।

No Result
View All Result