No Result
View All Result
୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :- ସର୍ବ ପୁରାତନ ନିଆଳି ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରକୋଷ୍ଠ ରେ ନୃତନ ପ୍ରାଣୀ ବିଭାଗ ସମ୍ମାନ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧକ୍ଷ ଭାଗିରଥି ଜେନା ଏହି ଉତ୍ସବ ରେ ସଭାପତିତ୍ବ କରିଥିବା ବେଳେ ଆର୍ତ୍ତତ୍ରାଣ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ବିଭାଗୀୟ ମୁଖ୍ୟ ଡ଼ଃ ସତ୍ୟ ନାରାୟଣ ଅତିଥି ଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ପ୍ରାଣୀ ବିଜ୍ଞାନ ବିଭାଗ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଥିବା ସୁଜଗ ବିଷୟରେ ଅନେକ ତଥ୍ୟ ଉପସ୍ଥାପନ କରି ପିଲା ମାନଙ୍କୁ ମାର୍ଗ ଦର୍ଶନ ଦେଇ ଥିଲେ । ଏହି ଉତ୍ସବ ରେ ସନ୍ତୋଷ କାମି ମଲ୍ଲିକ ମୁଖ୍ୟ ଅତିଥି , ପ୍ରଦୀପ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗ ର ଶୃଙ୍ଖଳା ଓ ନିୟମିତ କ୍ଲାସ ହିଁ ସଫଳତା ର ମୂଳ କାରଣ ବୋଲି କହିଥିଲେ ।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଜେନା ପ୍ରାଣୀ ବିଭାଗ ବିଜ୍ଞାନ କୁ ମହାବିଦ୍ୟାଳୟ ର ଶ୍ରେଷ୍ଠ ବିଭାଗ ବୋଲି ବର୍ଣ୍ଣନା କରିଥିଲେ। ଏହି ବିଭାଗ ଚାରି ଥର ଶ୍ରେଷ୍ଠ ସ୍ନାତକ ସୃଷ୍ଟି କରି ପାରିଛି । ସସ୍ମିତା ରାଉତ ଓ ଆଦିତ୍ୟ ନାରାୟଣ ସିଂହ ସଭା ସଂଜୋଯନା କରିଥିବା ବେଳେ ପ୍ରିୟଦର୍ଶନି ଲେଙ୍କା ଧନ୍ୟବାଦ ଦେଇଥିଲେ । ଉକ୍ତ ଉତ୍ସବ ରେ ଅଧ୍ୟାପିକା ଡ଼ଃ ଲୁସିନା ପ୍ରିୟଦର୍ଶିନୀ ରାଉତ , ଡ଼ଃ ତପସ୍ଵିନୀ ନାୟକ , ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି , ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ ଓ ରାମେଶ୍ବର ମହାନ୍ତି , ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result