ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୧୧ ଜୁଲାଇ ୨୦୨୦ ଶନିବାର) ରଣପୁର :- ରଣପୁର ମାଟିର ପୁଅ ଯେ କି ନିଜକୁ ସଙ୍ଗୀତ ରେ ଲିପ୍ତ ରହୁଥିବା ପ୍ରତିଭାଟିଏ ତାଙ୍କ ର ଏଇ କଳା କୁ ବାଣ୍ଟିବା ପାଈଁ ଏକ ”ସଙ୍ଗୀତ କଳା ବିଦ୍ୟା ନିକେତନ”ନାମରେ ବିଦ୍ୟାଳୟ ଖୋଲି ଛାତ୍ର ଛାତ୍ରୀ ଙ୍କୁ ସଙ୍ଗୀତ କଳା ରେ ବାନ୍ଧି ରଖିପାରିଛନ୍ତି । ଓ ନିଜେ ମଧ୍ୟ ଖ୍ୟାତି ଅର୍ଜନ କରିପାରିଛନ୍ତି ।
କଳା ସଂଙ୍ଗୀତ ସଂସ୍କୃତି ପାଇଁ ଯେ ଉତ୍ସର୍ଗିକୃତ ସେ ଆମର ଅତି ଆପଣାର ସତ୍ୟନାରାୟଣ ମହାପାତ୍ର (ବୁଢା) ୟୁଟ୍ୟୁବ୍ ମାଧ୍ୟମରେ ନିଜ ସଂଗୀତ ନିର୍ଦେଶନା ସହିତ ଗୋଟିଏ ଭଜନ ଗାଇଛନ୍ତି ତାଙ୍କ ନିର୍ଦେଶନାରେ ଦୁଇଟି ଗୀତ “ସଖି କିଏ ଅଛ ଧର ଧର ଲୋ” ଓ ଅନ୍ୟଟି ଯେ କି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶ୍ରୀଚରଣ ଙ୍କ କଣ୍ଠ ରେ “ପତିତ ପାବନ ବାନା ..ଛିଡି ଯାଏ ଉଡି ” ଗୀତ ରେ କଣ୍ଠ ଦାନ କରିଛନ୍ତି । ବୁଢ଼ା ଭାଇ ସଂଗୀତ କ୍ଷେତ୍ରରେ ଦୁଇପାଦ ଆଗକୁ ଯିବାପାଇଁ ଆପଣ ମାନଙ୍କର ସ୍ନେହ ଶ୍ରଦ୍ଧା ଓ ଆଶ୍ରୀବାଦ ଦରକାର ।