No Result
View All Result
୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରୁ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୬୭ ଜଣ ଶିଶୁଙ୍କୁ ନେଇ ଉତ୍ସାହ କାର୍ଯ୍ୟକ୍ରମ ଅଣୁଷ୍ଠିତ ହୋଇଯାଇଛି । ଆଜିକାର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଶିଶୁମଙ୍ଗଳ ସମିତି ର ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର ଏବଂ ଏହା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁକ୍ଷ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଶିଶୁମାନଙ୍କ ମଧ୍ୟରେ ପ୍ରଥମେ କ୍ରିଡା ପ୍ରତିଯୋଗୀତା ଯଥା ୧୦୦ ମୀଟର ଦୌଡ , ୨୦୦ ମିଟର ଦୌଡ , ଊଚ୍ଚ ଡିଆଁ , ଓ ଲମ୍ବ ଡିଆଁ ,ଚେସ ,କ୍ୟାରୋମ ବୋର୍ଡ ଇତ୍ୟାଦି କରାଯାଇ ଥିଲା ଆଜିକାର କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ମୁଖ୍ୟ ଅତିଥି ଭାବରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ନାୟକ , ଶିଶୁମଙ୍ଗଳ ସମିତି ର ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର ଓ ସଭ୍ୟ ମମତ।
ରଣୀ ଶତପଥୀ, ବିଚିତ୍ରାନନ୍ଦ ପାଣି, ସୁଜାତା ପଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଶିଶୁମାନେ ମଞ୍ଚ।ସିନ ଅତିଥି ମାନକ ଠାରୁ ପ୍ରଶଂସାପତ୍ର ଓ ପୁରସ୍କାର ଗ୍ରହଣ କରି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ । ପ୍ରକାଶ ଥାଉକି ଆସନ୍ତା କ।ଲି ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନକ ପାଇଁ ମହକ କାର୍ଯ୍ୟ କ୍ରମ କରାଯିବା ।
ଉତ୍ସାହ ଓ ମହକ କାର୍ଯ୍ୟ କ୍ରମରେ ଯେଉଁ ଶିଶୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ ସେମାନେ ରାଜ୍ୟ ସ୍ତରରେ ହେବାକୁ ଥିବା ମହକ ଓ ଉତ୍ସାହ କାର୍ଯ୍ୟ କ୍ରମରେ ଯୋଗଦେବାର ସୂଚନା ଅଛି। ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ଅନ୍ତ ର୍ନିହିତ ପ୍ରତିଭା ର ବିକାଶ କରିବା । ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷ। ୟୁନିଟ୍ ର ସମସ୍ତ କର୍ମ କର୍ତ୍ତା , ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା , ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଦ୍ୟ।ଳୟର କ୍ରିଡା ଶିକ୍ଷକ ପରିଚାଳନା କରିଥିଲେ ।

No Result
View All Result