No Result
View All Result

୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟରେ ବିଶ୍ବ ଧଳାବାଡି ଦିବସ ରବିବାର ଦିବା ୧୧ ଘଟିକା ସମୟରେ ମହାଆଡମ୍ବରରେ ପାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମୋହନା ସବ ଇନସପେକ୍ଟର ଶ୍ରୀ ସଂଞ୍ଜୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଆଇଜୀବି ମଧୁସୁଦନ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।

ଅନୁଷ୍ଠାନର ସଂମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ସଭାର ସଭାପତିତ୍ବ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଯୋଗଦେଇଥିଲେ । ଏହି ପବିତ୍ର ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ ଦାମୋଦର ଦାସ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଦୃଷ୍ଟିହୀନ ପିଲାମାନଙ୍କୁ ଧଳାବାଡିଓ ବ୍ରେଲ କିଟ୍ ବିତରଣ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ଦୃଷ୍ଟିହୀନ ଶିକ୍ଷକ ଏ.ଯୁଦ୍ଧିଷ୍ଟିର ପାତ୍ର ଛାତ୍ରଛାତ୍ରୀଙ୍କୁ ଧଳାବାଡି ଦିବସର ମହାତ୍ମୀୟ ବିଷୟରେ ବୁଝିଥିଲେ । ପରିଶେଷରେ ସମସ୍ତ ଅତିଥିଙ୍କୁ ଅଧ୍ୟକ୍ଷ ଶ୍ରୀ ଦାସ ଧନ୍ୟବାଦ ଦେବା ସହିତ ସଭାପତି ଶ୍ରୀ ଦଣ୍ଡାସି ସାହୁ ସଭା ସାଙ୍ଗ କରିଥିଲେ ।

No Result
View All Result