No Result
View All Result
୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାମଗିରିର ପ୍ରଶିଦ୍ଧ ମା କୁରେଇଶୁଣୀ ବାଲିଯାତ୍ରା ଶୁକ୍ରବାର ବିଳମ୍ବିତ ରାତ୍ରରେ ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ୧୨ ଦିନ ଧରି ଚାଲିଥିଲା । ଯାତ୍ରାକୁ ଦେଖିବାକୁ ବହୁ ଦୂର ଦୂରାନ୍ତ ଶ୍ରଦ୍ଧାମାନଙ୍କ ସମାଗମ ହୋଇଥିଲା । ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରାମଗିରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ । ଉଦଯାପପନୀ ଉତ୍ସବ ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,

ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ତହସିଲଦାର ଜ୍ୟୋତିରମ୍ୟ ଦାସ ପ୍ରମୁଖ ଅତଥି ଭାବେ ଯୋଗଦେଇଥିଲେ । ଏହି ଯାତ୍ରା ସ୍ଥାନୀୟ ଯୁବକ ସଂଘ ସହଯୋଗ କରିଥିଲେ । ଏହି ଯାତ୍ରା ରାମଗିରି ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା କୁରେଇସୁଣିଙ୍କ କଣ୍ଟା ଦୋଳି ଓ ନିଆଁ ମଡା ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ୧୨ ଦିନ ଧରି ହୋଇ ଥିବା ବେଳେ ଗଞ୍ଝମ, କନ୍ଧମାଳ, ରାୟଗଡା ଜିଲ୍ଲାର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଭକ୍ତ ମାନଙ୍କର ସୁଅ ଛୁଟିଥିଲା । ୧ ତାରିଖରେ ମନ୍ଦିରରେ ନୂଆଖାଇ ପର୍ବ ପାଳନ ହେବା ପରେ ଅଞ୍ଚଳର ଲୋକମାନେ କମଳା, ବତେଇ, ନାରଙ୍ଗୀ, କନ୍ଧମୂଳ, ଖମ୍ବଆଳୁ ଓ ବନ୍ୟାତ ଜିନିଷ ଗୁଡିକୁ ବ୍ୟବହାର କରିପାରିବେ ।

୨ ତାରିଖରୁ ପରମ୍ପରା ଅନୁଯାୟୀ ଦୁଇଟି ନୂଆ ତାଟରେ ବେଜୁ (ଯାହାଙ୍କ ଦେହରେ ମାଁ ବିଜେ ହୁଅନ୍ତି) କାଳିଆ ତୋଟା ନଦୀରୁ ବାଲି ଆଣିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ଆସନ୍ତା ଅକ୍ଟୋବର ୬ ତାରିଖ ବାଲିଯାତ୍ରାର ପଞ୍ଚମୀ ପର୍ବ ପାଳନ ହେବା। ୧୨ ତାରିଖ ମା ଙ୍କ ବଡ ଉପବାସ ଥିଲା। ୧୩ ତାରିଖରେ ଲୁହା କଣ୍ଟାରେ ନିମିତ ଦୋଳି ଖେଳିବା ସହିତ ମୁଠି ଚାଉଳ ଦେଖିବା କାର୍ଯ୍ୟକ୍ରମ ଥିଲା । ଦୋଳିରୁ ଓହ୍ଲେଇବା ପରେ ପ୍ରସ୍ତୁତ କରି ରଖିଥିବା ନିଆଁ ଉପରେ ଚାଲିଥାନ୍ତି ଓ ପରେ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ନିଆଁରେ ଚାଲିବାକୁ ସୁଯୋଗ ମିଳିଥିଲା ।

No Result
View All Result