୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର/ଚାନ୍ଦପୁର :-> ଆଗକୁ ଆସୁଛି ନିର୍ବାଚନୀ ନିର୍ବାଚନୀମଣ୍ଡଳୀରେ ରାଜନୈତିକ ଉଷ୍ମତା ଏବେ ବେଶ୍ ଯୋରଧରିବାରେ ଲାଗିଛି । ରାଜ୍ୟ ବ୍ୟାପୀ ପ୍ରମୁଖ ଦଳ ମାନଙ୍କର ସେମାନେ ନିଜର ପତିଆରା ବିସ୍ତାର କରିବାକୁ ଦଳୀୟ ସଂଗଠନ କୁ ନେଇ ଭିନ୍ନ ଭିନ୍ନ ପ୍ରକ୍ରିୟାରେ କାର୍ଯ୍ୟକ୍ରମକୁ ଆପଣେଇ ସାଧାରଣ ଜନତାଙ୍କ ବିଶ୍ୱାସ ଭାର୍ଜନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ବିଜେଡି ଜନସଂପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ,
କଂଗ୍ରେସ ଘରେ ଘରେ ହାତ ଘରେ ଘରେ କଂଗେସ କାର୍ଯ୍ୟକ୍ରମ କରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ,,ବିଜେପି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ କରି ଦୁଆର ଦୁଆର ପହଞ୍ଚି ମାଟି ସଂଗ୍ରହ କରି ସାଧାରଣ ଭୋଟର ଙ୍କୁ ଆକୃଷ୍ଟ କରୁଥିବା ବେଳେ ସାଧାରଣ ଜନତାଙ୍କ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ଦଳର କର୍ମକର୍ତ୍ତା ମାନେ ଭିନ୍ନ ଭିନ୍ନ ବୟାନବାଜି ଉପସ୍ଥାପନା ରଖୁଛନ୍ତି ।
ତେବେ ସେହିଭଳି ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ର ମହେଶ କୁମାର ସାହୁ ଏବଂ ଜନାର୍ଦ୍ଦନ ଦଳବେହେରା ରାଜ୍ୟ କୃଷକ ମୋର୍ଚ୍ଚା ର କୋଡ଼ିନେଟର କୃଷକ ମାନଙ୍କ ସମସ୍ୟା କୁ ନେଇ ଗଞ୍ଜାମରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଗଞ୍ଜାମ ଗ୍ରସ୍ତ ବେଳେ ରଣପୁର ନିର୍ବାଚନ ମଣ୍ଡଳୀର ୨୪ନମ୍ବର ଯୋନର ଅନେକ କୃଷକ ଭାଇ ଏବଂ ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଚାନ୍ଦପୁର ଠାରେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।
ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡ ଥିବାବେଳେ ବିଜେପି ନେତ୍ରୀ ସୁରମାଙ୍କ ଉପରେ ବିଜେପି କର୍ମୀଙ୍କ ଅସନ୍ତୋଷ ର ବଂହିଁ ଜଳୁଥିବାରୁ ବିଜେପି କର୍ମୀ ମାନେ ରାଜ୍ୟ କୃଷକ ମୋର୍ଚ୍ଚା ର କୋଡ଼ିନେଟର ଜନାର୍ଦ୍ଦନ ଦଳବେହେରା ଙ୍କ ଘର ରଣପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ଏବେ କର୍ମୀମାନେ ନୂଆ ମୁହଁ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।