୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଅଭିଯୋଗ ରହିଛି କି ନା ବାଳିକାକୁ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ନେଇ ନା ବାଳିକାର ପିଉସୀ ଜାମଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ କୁ ଆଧାର କରି ଏସ୍ ଆଇ ଆନନ୍ଦ ମାଝୀ ଙ୍କୁ ପୋଲିସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ନା ବାଳିକାର ଘର ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ବୋଲି ଜଣା ପଡିଛି ।
ସୂଚନା ମୁତାବକ ନା ବାଳିକା ର ପିତା ମାତା ଙ୍କ ସ୍ବର୍ଗ ବାସ ହୋଇ ଯାଇଛି , ତାର ଦୁଇ ଜଣ ଛୋଟ ଭାଇ ଭଉଣୀ ରହିଛନ୍ତି , କିଛି ବର୍ଷ ପୂର୍ବେ ନା ବାଳିକାର କେଉଁଝର ରେ ବିବାହ ହୋଇଥିଲା , ସେଠାରେ ମଧ୍ଯ ତାର ଶାଶୁ ଘର ଲୋକ ହଇରାଣ ହରକତ କରିବାରୁ ନା ବାଳିକା ଟି କୁ ବାପ ଘର ଲୋକେ ନିଜ ଘରକୁ ନେଇ ଆସିଥିଲେ । ସେତେବେଳେ ଥାନା କୋର୍ଟ କଚେରୀ ରେ ଜାମଦା ଏ ଏସ୍ ଆଇ ନା ବାଳିକାକୁ ଅନେକ ସାହାଯ୍ଯ କରିଥିବା ଜଣାଯାଏ ।
ନା ବାଳିକାର ର ମାତା ପିତା ଙ୍କ ର ଦେହାନ୍ତ ହେଲା ପରେ , ସାହାରା ପାଇଁ ପୁଣି ଏ ଏସ୍ ଆଇ ଆନନ୍ଦ ମାଝୀ ଙ୍କୁ କହିବାରୁ , ସେ ସାହାଯ୍ଯ କରିବ ବୋଲି ପ୍ରତିଶୃତି ଦେଇଥିବା କଥା ଅଭିଯୋଗ କାରିର ଗାଁ ଲୋକ ଙ୍କ ପାଖରୁ ଶୁଣିବାକୁ ମିଳେ । ତେଣୁ ଅସୁ ବିଧା ସମୟରେ ଉକ୍ତ ଝିଅ କୁ ଏ ଏସ୍ ଆଇ ସାହାଯ୍ଯ କରିଥବା ଜଣାପଡିଛି , ତେବେ ଅଭିଯୋଗ ର ପୋସ୍କୋ ଆକ୍ଟ୍ ଜରିଆରେ ଆଜି ଏ ଏସ୍ ଆଇ ଆନନ୍ଦ ମାଝୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।