୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ମାଟି ହେଉଅଛି ଖେଳାଳୀ ମାନଙ୍କ ର ମାଟୀ , ଯେଉଁ ମାଟିରେ କି ଧୂତି ଚାନ୍ଦ ଙ୍କଜନ୍ମ ଯିଏ କି ବିଶ୍ବ ଦରବାରେ ଖେଳି ଦେଶ ପାଇଁ ଗୌରବ ଆଣିପାରିଛନ୍ତି | ମୟୂରଭଞ୍ଜ ଜିଲ୍ଲା ରେ ପୁଣି ନୂତନ ଖେଳ ଯୋଡି ହେବାକୁ ଯାଉଅଛି ଯାହାର ନା ହେଉଅଛି ରଗ୍ ବୀ । ଏହି ଖେଳ କୁ ପ୍ରଚାର ପ୍ରସାର କରିବାରେ ମଙ୍ଗ ଧରିଛନ୍ତି ମୟୂରଭଞ୍ଜ ରଗବୀ ଫୁଟବଲ ଆସୋସିଏସନ । ଆସୋସିଏସନର ସଦସ୍ୟମାନେ ଭିଭିନ୍ନ ଅଞ୍ଚଳର ସ୍କୁଲ କୁ ଯାଇ ନୂତନ ଆଗ୍ରହୀ ଖେଳାଳୀ ମାନଙ୍କୁ ରଗବୀ ଖେଳ ସମ୍ପର୍କ ରେ ତାଲିମ୍ ପ୍ରଦାନ କୁ ଖେଳ ପ୍ରେମୀ ମାନେ ସ୍ୱାଗତ ଜଣାଇଛନ୍ତି ।
ଉକ୍ତ ଖେଳ ପାଇଁ ତିରିଙ୍ଗ ବ୍ଲକର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ସାମୂହିକ ପ୍ରୟାସ ରେ ରଗ୍ ବୀ ଖେଳକୁ ଶୁଭାରମ୍ଭ କରାଯାଇଛି ବୋଲି ମୟୂରଭଞ୍ଜ ରଗବୀ ଓ ଫୁଟବଲ ଆସୋସିଏସନର ସଦସ୍ଯ ବାବା ଧରମଲାଲ୍ ହାଁସଦାଃ ପ୍ରକାଶ କରିଥିଲେ । ଏହି ଖେଳ ଟି ତିରିଂ ହାଇ ସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ତିରିଂ ସ୍କୁଲ ର ଖେଳ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେଠି , ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଅବ୍ନି ଭଞ୍ଜ ଏବଂ ତିରିଙ୍ଗ ହାଇସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଦନ ମହନ୍ତ ଙ୍କ ମାର୍ଗଦର୍ଶନ ରେ ରଗବୀ ତାଲିମ ସଫଳତାର ସହ କିଭଳି ଭାବେ ଜିଲ୍ଲାରେ ପ୍ରଚାର ପ୍ରସାର କରାଯିବ ସେ ନେଇ ଆଲୋଚନା ହୋଇଥିଲା ,
ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନର ମୁଖ୍ୟ ପରାମର୍ଶଦାତା ଶ୍ରୀ ବାବା ଧଲାରାମ ହାଁସଦାଃ ଏବଂ ରଗବୀ ପ୍ରଶିକ୍ଷକ ଶ୍ରୀ କାର୍ତ୍ତିକ କୁମାର ସିଂ ଙ୍କ ନେତୃତ୍ବ ରେ ଭିଭିନ୍ନ ସ୍କୁଲ କୁ ଯାଇ ତାଲିମ ପ୍ରଦାନ କରୁଥିବା ଜଣାପଡିଛି । ସୂଚନା ଥାଉକି ଫୁଟବଲ ଖେଳରେ ୧୫୵୧୨୵୧୧୵ ଦଳ ରହି ଖେଳା ଯାଏ ଓ ରଗବୀ ଖେଳରେ ମଧ୍ଯ ୧୫୵୧୨୵୧୧୵ଓ ୭ ଜଣ ମଧ୍ଯ ଖେଳିଥାନ୍ତି , ଖେଳର ବିଶେଷତ୍ବ ହେଲା ଫୁଟବଲ ଖେଳରେ ଫୁଟବଲ କୁ ଗୋଡରେ ଖେଳା ଯାଏ କିନ୍ତୁ ରଗବୀ ଖେଳରେ ବଲ୍ କୁ ହାତରେ ଖେଳା ଯାଏ । ଆଗାମୀ ଦିନରେ ଜିଲ୍ଲାରେ ଏହି ରଗବୀ ଖେଳ କେତେ ଗ୍ରହଣୀୟ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଛି ।