No Result
View All Result
୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବାଲୁଗାଁ ଥାନା ଆନୁକୂଲ୍ୟରେ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ,ବାଲୁଗାଁ ପରିସରରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା ପରିଚାଳନା କରିଥିବା ବେଳେ ଆନୁଷ୍ଠାନିକ ଭାବେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ।

ଶ୍ରୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଜୟ ପ୍ରକାଶ ପରିଡା, ପ୍ରମୁଖ ଯୋଗଦେଇ ସଂପ୍ରତି ଘଟୁଥିବା ବିଭିନ୍ନ ସାଇବର ଅପରାଧ ଏବଂ ତା’ର ନିରାକରଣ ଓ ସତର୍କତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

ବିଶେଷ କରି ମୋବାଇଲ୍ କୁ ଅଜଣା ଫୋନ୍ କଲ୍ ଆସିଲେ ଓଟିପି ନ ଦେବା,ୟୁ ପି ଆଇ ମାଧ୍ୟମରେ କାରବାର କଲାବେଳେ ସମ୍ପୂର୍ଣ୍ଣ ସାଵଧାନତା ଓ ସଚେତନତା ଅବଲମ୍ବନ କରିବା ଭଳି ବହୁବିଧ ସାଇବର ଠକେଇରୁ ସୁରକ୍ଷିତ ରହିବାର ବିଭିନ୍ନ ତରିକା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କଣ୍ଠ ସଂଗିତ, ନ୍ରୃତ୍ୟ ପରିବେଷଣ ହୋଇଥିଲା

ଏବଂ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଅପୂର୍ଭା ସାହୁ,କାନ୍ସିବି ବେହେଟି,ପାୟଲ ପ୍ରଧାନ, ଅପର୍ଣ୍ଣା ପ୍ରଧାନ, ଅମୃତା ସା ମିଶ୍ର, ଶ୍ରୀୟା ପ୍ରିୟଦର୍ଶିନୀ, ସ୍ଵାତୀ ନାୟକ,ପ୍ରିୟାଁଷୁ ସ୍ବାଇଁ,କ୍ଷିରାବ୍ଧୀ ସ୍ବାଇଁ। ଏହି କାର୍ଯ୍ୟକ୍ରମ କୁ ସଫଳ ଭାବରେ ପରିଚାଳନା କରିଥିଲେ ସୁନିତା ପଟ୍ଟନାୟକ ଓ ସୁରେନ୍ଦ୍ର ନାଥ ଗୌଡ ।

No Result
View All Result