No Result
View All Result
୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକକେରଣ୍ଡାଟାଙ୍ଗି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରାଇପଡା ପଞ୍ଚାୟତ ଅଧିନ ଅର୍ଜୁନପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଆବାହକ ସି. ଆର୍.ସି.ସି ଶ୍ରୀ ପ୍ରଦୀପ କୁମାର ଖୁଣ୍ଟିଆ ଓ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ୧୩ଟି ବିଦ୍ୟାଳୟର ଛାତ୍ର ,

ଛାତ୍ରୀ ମାନଙ୍କୁ ସେମାନଙ୍କ ଭବିଷ୍ୟତର ବିକାଶକୁ ନେଇ ବକ୍ତା ମାନେ ଅନେକ ବକ୍ତବ୍ୟ ରଖିଥିଲେ । ଏହା ସହିତ ମୋ ସ୍କୁଲର ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ବାରିକ ,ଏସ୍. ଏମ୍. ସି. ସଭାପତି ଶ୍ରୀଯୁକ୍ତ ସତ୍ୟବାନ ପରିଡା ସହ ପ୍ରମୂଖ ଵିଦ୍ୟାଳୟ ର ଉଚ୍ଚମାନର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମଞ୍ଚରେ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚାଭିଳାଷି ହେଲା ପାଇଁ ଦିଗଦର୍ଶନ ଦେଇଥୂଲେ ।

ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ।ପରିଶେଷରେ ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅନୂଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପ୍ରତୀଯୋଗୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ମହୋଦୟ ଙ୍କ ଦ୍ୱାରା ସାର୍ଟିଫିକେଟ୍ ସହ ପୁରସ୍କାର ବିତରଣ କିତରଣ କରାଯାଇଥିଲା ।

ଊକ୍ତ ଵିଦ୍ୟାଳୟ ର ପ୍ରମୁଖ ଶିକ୍ଷକ ଦାସ୍ ସାର୍ ଓ ମାନ୍ୟ କୁଳମଣି ସାର୍ ଙ୍କ ସହିତ ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ଵେହେରା ମଞ୍ଚାସୀନ ସମସ୍ତ ଅତିଥି, ତଥା ଅଭିଭାବକ ଓ ଅଞ୍ଚଳରୁ ଦେଖି ବାକୁ ଆସିଥିବା ମାନ୍ୟ ଭଦ୍ର ବ୍ୟକ୍ତି ମାନଙ୍କୁ ଯଥା ସମ୍ନାନ ଦେଇ ଵିଦାୟ ଦେଇ ଥିଲେ ।ପିଲା ମାନଙ୍କ ର ସାଂସୃତିକ କାର୍ଯ୍ୟକ୍ରମଟି ଵେଶ୍ ମନମତାଣିଆ ହୋଇ ଥିଲା ।

No Result
View All Result