୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ପୂର୍ବାହ୍ନ ସମୟରେ ରାଇରଙ୍ଗପୁର ଷ୍ଟେସନ ମୈନେଜର ଶ୍ରୀ ସଛିଦାନ୍ନଦ ପ୍ରସାଦ ଙ୍କ ଜରିଆରେ ଟାଟାନଗର ବାଦାମପହାଡ଼ ରେଳପଥ ସେକ୍ଶନ ରେ ୟାତ୍ରୀ ସୁବିଧା ଯୋଗାଇ ଦେବା ପାଇଁ ଏକ ଚାରି ଦଫା- ଦାବିପତ୍ର ଦକ୍ଷିଣ ପୂର୍ବ ରେଲୱେ ମୈନେଜର କୋଳକାତା କୁ ପ୍ରଦାନ କରାଯାଇଛି ଭାରତୀୟ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ମୟୂରଭଞ୍ଜ ଜିଲ୍ଲାରୁ ବର୍ତ୍ତମାନ ପ୍ରତିନିଧିତ୍ବ କରୁଥିବାରୁ ଆମ୍ବେମାନଙ୍କୁ ବିକାଶ ର ମୁଖ୍ୟଧାରାକୁ ଶାମିଳ କରି ଦେଶର ରାଜଧାନୀ ନୁଆ ଦିଲ୍ଲୀ ଯିବାକୁ ସୀଧାସଳକ ସକାଳୁ ଗୋଟିଏ ନୁଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ରେଳବାଇ ଗାଡ଼ି ୟୋଗାଇବାର ଆବଶ୍ୟକତା ରହିଛି। ।
ଏହା ସହିତ ରାଇରଙ୍ଗପୁର ଅଞ୍ଚଳର ଆଦିବାସୀ ମାନଙ୍କୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଓ ରାଉରକେଲା ତଥା କୋଳକାତା ମହାନଗର ପର୍ଯ୍ୟଟନ ଯିବା ଆସିବା ପାଇଁ ସୁୟୋଗ ମିଳିବାର ଆବଶ୍ୟକ ତା ରହିଛି ବୋଲି ପ୍ରକାଶ କରିଥିଲେ ବହଳଦା ଅଞ୍ଚଳର ଜନସାଧାରଣଙ୍କ ଦୀର୍ଘଦିନ ଧରି ଦାବି କରି ଆସୁଥିବା ଅସନା ପଞ୍ଚାୟତ ସ୍ଥିତ- ପ୍ରସ୍ତାବିତ ଟାଙ୍ଗରଯୋଡା ଠାରେ ଯାତ୍ରୀ ମାନଙ୍କ ପାଇଁ ୫ ମିନିଟ୍ ସ୍ଥାୟୀ ରହଣି ଷ୍ଟେସନ କୁ ଅବିଳମ୍ବେ ଦୁର୍ଗାପୂଜା ଅବସରରେ ଚାଲୁ କରିବା ପାଇଁ ଦାବି ଜଣାଇଥିଲେ ।
ଏହି ପ୍ରତିନିଧି ମଣ୍ଡଳ ରେ ବହଳଦା ର ପୁର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତି ଙ୍କ ନେତୃତ୍ବରେ ଅସନା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ବାଲେଶ୍ବର ମୁର୍ମୁ ଓ ସୁରେଶ ଚନ୍ଦ୍ର ବେହରା ଦୀପକ କୁମାର ବେହରା ଆଶୀଶ କୁମାର ଦଳଇ ଓ ଅନିଲ ବିରୁଆ ମେଘନାଦ ହେମ୍ବ୍ରମ ଉପସ୍ଥିତ ଥିଲେ ।