୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ରେ ଗୋ ଚାଲାଣ କମିବାର ନା ଧରୁ ନାହିଁ ଧିରେ ଧିରେ ବଢିବାରେ ଲାଗିଛି , କହିବାକୁ ଗଲେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଗୋ ଚାଲାଣ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳୁଛି । ଆଇନ୍ କୁ ଧୂଳି ଦେଇ ଚାଲିଛି ଗୋ ଚାଲାଣ ।
ଜିଲ୍ଲାରେ କିଛି ସେଛାସେବକ ସଂଘ ମାନଙ୍କ ଦ୍ବାରା ବହୁବାର ଗୋ ଚାଲାଣ ବିରୋଧ ରେ ଅନେକ ଥର ଆନ୍ଦୋଳନ ଓ ଗୋ ଚାଲାଣ ରୋକିବାକୁ ଅନେକ ଦାବି ହୋଇ ଆସୁଥିଲେ ବି ଗୋ ଚାଲାଣ ବନ୍ଦ ହୋଇ ପାରୁ ନାହିଁ । ଆଜି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଦ୍ବାରା ବାଦାମପାହାଡ ନିକଟ ଖେରଣା ନିକଟ ରେ ସଂନ୍ଦିଗ୍ଧ ଟ୍ରକ୍ କୁ ଅଟକାଇ ଥିଲେ ।
ଟ୍ରକଟି ପଶ୍ଚିମ ବଂଗ କୁ ଗୋ ନେଇ ଯାଉଥିବା ଜଣାପଡିଥିଲା । ଉକ୍ତ ଟ୍ରକ୍ ରେ ୪୫ ଟି ଗୋରୁ ଥିଲେ । ପରିତାପର ବିଷୟ ରାଇରଙ୍ଗପୁର ଗେଶାଳା ପରିବର୍ତ୍ତେ ଯଶିପୁର ରେ ଏକ ଗୋ ଶାଳା ରେ ୪୫ଟି ଗୋରୁ ମାନଙ୍କୁ ଛଡା ଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଥିଲେ । ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ୨୪୨୵୨୩ ମାମଲା ରୁଜୁ କରି ଟ୍ରକ୍ ସହ ଚାଳକକୁ ଅଟକ ରଖିଛନ୍ତି । ଗୋ ଚାଲାଣ ଟ୍ରକ ଟି ର ଗାଡି ନଂ ହେଲା ଓ ଆର୍ ୦୪ ଏନ ୦୫୯୩