ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ଭୁବନେଶ୍ୱର :- ଭୁବନେଶ୍ୱର,କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ କ୍ରିସ୍ ଏଲ୍ଇଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଗ୍ରାମାଞ୍ଚଳର ଲୋକମାନଙ୍କୁ ସାନିଟାଇଜର, ମାସ୍କ ବଣ୍ଟନ ମଧ୍ୟ କରାଯାଇଛି । ସମସ୍ତଙ୍କୁ କୁହାଯାଇଛି ଯେ, ସାମାଜିକ ଦୂରତ୍ୱ ରକ୍ଷା କରି କାର୍ଯ୍ୟ କରି ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ । ଏହା ସହିତ ଏକ ମିନି ଅଟା କଳ ଲଞ୍ଚ କରାଯାଇଛି । ଏହା ଆକାରରେ ବହୁତ ଛୋଟ ହୋଇଥିବା ଯୋଗୁଁ ଘରେ ଘରେ ଅତି ସହଜରେ ବ୍ୟବହାର କରାଯାଇପାରିବ । ଲୋକମାନେ ଘର ଭିତରେ ଅଟା, ବେସନ, ସୁଜି ଆଦି ସାମଗ୍ରୀ ଏହା ଜରିଆରେ ତିଆରି କରିପାରିବେ । ଏହି ଅଟା ମିଲର ୧୧ ହଜାର ଟଙ୍କା ରହିଛି ।
ଏହା ବ୍ୟତୀତ କମ୍ପାନୀ ସ୍ୱୟଂଚାଳିତ ସାନିଟାଇଜର ମେସିନ୍ ଓ ମୋବାଇଲ୍ ଫୋନ୍ ଏବଂ ଚାବି ଆଦିକୁ ସାନିଟାଇଜ କରିବା ଲାଗି ଛୋଟ ଆକୃତିର ମେସିନ୍ ମଧ୍ୟ ତିଆରି କରୁଛି । ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ସାମଗ୍ରୀ ବଜାରକୁ ଆସିବ ବୋଲି କମ୍ପାନୀର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି । ନିକଟରେ ତାଙ୍କ କମ୍ପାନୀ ସୁଲଭ ମୂଲ୍ୟର ଏଲ୍ଇଡି ସ୍ମାର୍ଟ ଟିଭି ମଧ୍ୟ ଉନ୍ମୋଚନ କରିଛି । ୩୨ ଓ ୪୦ ଇଂଚ ଆକାରରେ ତାହା ଉପଲବ୍ଧ ହୋଇଛି । ୩୨ ଇଂଚି ସ୍ମାର୍ଟ ଟିଭିର ଦାମ୍ ୧୧ ହଜାର ଟଙ୍କା ରହିଛି । ଟିଭି ଉପରେ ତିନି ବର୍ଷର ୱାରେଣ୍ଟି ମଧ୍ୟ ରହିଛି ।