No Result
View All Result
୧୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଦୁପଙ୍କା ବୁଲାଣି ରାସ୍ତା ରେ ଶୁକ୍ରବାର ଅପରାହ୍ନ ରେ କାର୍ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି l ସେଥି ମଧ୍ୟରୁ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଆହତ ମାନେ ହେଲେ ମୁନିଗୁଡା ର ଶର୍ମିଷ୍ଠା ସେନାପତି. ଖୋର୍ଦ୍ଧା ର ରୁଦ୍ର ନାରାୟଣ ଦାସ ଏବଂ ଲୁଦୁପଙ୍କା ର ସଞ୍ଜୟ ରଇତ l ସୂଚନା ପ୍ରକାରେ ଶର୍ମିଷ୍ଠା ଏବଂ ରୁଦ୍ରନାରାୟଣ ସହପାଠୀ ଅଟନ୍ତି, ଏବଂ ଗୁଣୁପୁର ଜି. ଆଇ. ଟି ବୈଷୟିକ ବିଶ୍ୱବିଦ୍ୟାଳୟ ରେ ପାଠ ପଢ଼ନ୍ତି l ସେମାନେ ମୁନିଗୁଡା ରୁ ମୋହନା ରାସ୍ତା ଦେଇ ବାଇକ ଯୋଗେ ଆସୁଥିବା ବେଳେ ମୋହନା ରୁ ଅଡବା ଅଭିମୁଖେ ଯାଉଥିବା ଏକ କାର୍ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା l
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଟି ଛିଟିକି ଲୁଦୁପଙ୍କା ର ସଞ୍ଜୟ ରଇତ ଙ୍କ ଦେହରେ ବାଜିଥିଲା ଫଳରେ ସେ ମଧ୍ୟ ଆହତ ହୋଇଥିଲେ l ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ସେଠାରେ ସଞ୍ଜୟ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ତେଵେ ଶର୍ମିଷ୍ଠା ଏବଂ ରୁଦ୍ରନାରାୟଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି lଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l

No Result
View All Result