No Result
View All Result
୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ରେଳବାଇ ଅଫିସର ରେଷ୍ଟ ହାଉସରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି ବୈଠକ ଆୟୋଜିତ ହୋଇଥିଲା । ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱାଙ୍କ ଅଧ୍ୟକ୍ଷତାରେ ଏହି ବଠକ ଅନୁଷ୍ଠିତ ହୋଇଥିଲା । କମିଟିର ସଚିବ ତଥା ବରିଷ୍ଠ ମଣ୍ଡଳ ବାଣିଜିକ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରେଳ ମଣ୍ଡଳ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯାତ୍ରୀଙ୍କ ସୁବିଧା ସମ୍ବନ୍ଧରେ ସଂକ୍ଷିପ୍ତ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଶ୍ରୀ ଏଚ୍ ଏସ୍ ବାଜ ୱା ରେଳ ବ୍ୟବହାରକାରୀଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ ସଦସ୍ୟଙ୍କ ମୂଲ୍ୟବାନ ମତ ଏବଂ ପରାମର୍ଶ ଅତ୍ୟନ୍ତ ଜରୁରୀ ଅଟେ ବୋଲି ମତ ବ୍ୟକ୍ତ କରି ଥିଲେ । କମିଟିର ସଦସ୍ୟମାନେ, ଯାତ୍ରୀଙ୍କ ସୁବିଧା ତଥା ଯାତ୍ରୀ ସେବା ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନର ଅତିରିକ୍ତ ରହଣି, କିଛି ଟ୍ରେନର ସମ୍ପ୍ରସାରଣ ଓ ମାର୍ଗ ପରିବର୍ତନ, କିଛି ରେଳ ଷ୍ଟେସନର ନାମ ପରିବର୍ତ୍ତନ, ପାର୍କିଂ କ୍ଷେତ୍ରରେ ବ୍ୟବସ୍ଥା, ଲେନିନ ଗୁଡିକର ସଠିକ୍ ସଫା କରିବା ଇତ୍ୟାଦି ବିଷୟରେ ବିଭିନ୍ନ ପରାମର୍ଶ, ସୁପାରିଶ ଏବଂ ଦାବି ଉପସ୍ଥାପନ କରିଥିଲେ।ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ବିଭିନ୍ନ ରେଳ ଷ୍ଟେସନରେ ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟ ପାଇଁ କମିଟି ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ପ୍ରଶଂସା କରିଥିଲା।

ଶ୍ରୀଏଚ୍.ଏସ୍.ବାଜୱା, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼ ଡି ଆର୍ ୟୁ ସି ସି ସଦସ୍ୟଙ୍କ ପରାମର୍ଶ, ସୁପାରିଶ ଏବଂ ଦାବିଗୁଡିକର ଉତ୍ତରରେ ନିଶ୍ଚିତ କରିଛନ୍ତି ଯେ ସମ୍ଭାବ୍ୟତା ଏବଂ ନିୟମ ଅନୁଯାୟୀ ଏହି କାର୍ଯ୍ୟଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ । ଡି ଆର୍ ୟୁ ସି ସି ସଦସ୍ୟ, ଶ୍ରୀ ଆର.କେ.ଷଢ଼ଙ୍ଗୀ, ଶ୍ରୀ ଗୁରୁ ଚରଣ ରାୟ, ଶ୍ରୀ ଧର୍ମେଶ ନାୟକ, ଶ୍ରୀ ଶିଶିର କୁମାର ମିଶ୍ର, ଶ୍ରୀ ବିଶ୍ୱ ରଂଜନ ମହାନ୍ତି, ମହମ୍ମଦ ଫାରୁକ ଏବଂ ଶ୍ରୀ ପ୍ରତାପ କୁମାର ଚମ୍ପତି ଏହି ସଭାରେ ଉପସ୍ଥିତ ଥିଲେ। ଏହି ବୈଠକରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ବିଭାଗର ଶାଖା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

No Result
View All Result