୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- ଜାତୀୟ କଂଗ୍ରେସ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ନିଜର ପତିଆରା ବୃଦ୍ଧି କରିବାରେ ଜୋରଦାର ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ବିଗତ ଦିନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ଗଢ ରହିଥିଲା ଯେପରି ୨୦୦୪ ମସିହାରେ କଂଗ୍ରେସ ରୁ ଲକ୍ଷ୍ମଣ ମାଝୀ ବିଧାୟକ ରହିଥିଲେ । ୨୦୦୯ ମସିହା ରେ କଂଗ୍ରେସ ରେ କଂଗ୍ରେସ ରୁ ଶ୍ଯାମ ଚରଣ ହାଁସଦାଃ ବିଧାୟକ ଭାବେ କାର୍ଯ୍ୟ କରି ଜନତାଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । କିନ୍ତୁ ୨୦୦୯ ମସିହା ପରେ କେନ୍ଦ୍ର ତଥା ଓଡିଶାରେ କଂଗ୍ରେସ ର ପତିଆରା ଦୂର୍ବଳ ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦେଖିବାକୁ ଗଲେ କଂଗ୍ରେସ ଦଳ ପ୍ରତି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦଳ ପ୍ରତି ଭଲ ପାଇବା ଓ ଦଳ କୁ ମଜଭୂତ କରିବା ପାଇଁ ଅନେକ ଯୁବ ପିଢି ଆଗେଇ ଆସିଲେଣି । ନିଶ୍ଚିତ ଭାବେ ଆଗାମୀ ୨୦୨୪ ନିର୍ବାଚନ ଲଢିବା ପାଇଁ ଦଳ ଅଣ୍ଟା ଭିଡୁଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଦଳ ସପଥ ଗ୍ରହଣ କରି ଅକ୍ଟୋବର ୧୧ ତାରିଖ ମୟୂରଭଞ୍ଜ ଜିଲ୍ଲା ସିମାନ୍ତ ଅଞ୍ଚଳ ର ସିମାନ୍ତ ବ୍ଲକ୍ ତିରିଂ ବ୍ଲକ୍ ନିକଟରୁ ତିରଂ ଡାକ୍ତର ଖାନା ତଥା ୨ୟ କିଲୋମିଟର ଦୂର ତୀରଙ୍ଗା ଯାତ୍ରାର ଶୁଭାରମ୍ଭ କଭିଛନ୍ତି ।
କଂଗ୍ରେସ ର ନାରା ଥିଲା ଘରେ ଘରେ ତୀରଙ୍ଗା ଘରେ ଘରେ ହାତ କାର୍ଯ୍ୟକ୍ରମ କୁ ଆଗେଇ ନେଇଛନ୍ତି । ଏଥର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ନିଶ୍ଚିତ ଭାବେ କଂଗ୍ରେସ ହାତକୁ ବିଧାୟକ ଆସନ ହାତେଇବା ପାଇଁ ରଣକୌଶଳ ପ୍ରସ୍ତୁତି କରାଯାଇଥିବା କଥା ଏସି ସି ସଭାପତି ଭାଗିରଥୀ ପାତ୍ର ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିଲେ । ପଦଯାତ୍ରା କାର୍ଯ୍ୟକ୍ରମ ରେ ତିରିଂ ବ୍ଲକ୍ କଂଗ୍ରେସ ସଭାପତି ସନ୍ତୋଷ ନାଏକ , ସାଧାରଣ ସମ୍ପାଦକ ହରି ସାହୁ , ଜିଲ୍ଲା ଉପସଭାପତି ଭଜହରି ମହାନ୍ତ , ନିର୍ବାଚନ ମଣ୍ଡଳୀର ଯୁବ ସଭାପତି କାମେଶ୍ଵର ସୋରେନ , ନେତା ଶଙ୍କର କ୍ଷେତ୍ରୀ , ଏସ୍ କେ ଆବିଦ୍ , ମହମ୍ମଦ ଆଲ୍ଲୀ ଖାନ୍ , ପି ସି ସି ସଦସ୍ଯା ହେଲେନା ବାଗେ , ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଓ ଅନନ୍ତ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ପଦଯାତ୍ରାରେ ଶତାଧିକ କଂଗ୍ରେସ ପ୍ରେମୀ ଯୁବ ନେତା ମାନେ ଅଂଶଗ୍ରହଣ କରିଥିଲେ ।