୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲା । ତେଣୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳା ବ୍ଳକର ବିଜାତଳା ଓ ନୁସାଡ଼ିହି ପଞ୍ଚାୟତର ବଡ଼ଚମ୍ପାଉଦା ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ତଥା ପ୍ରାକ୍ତନ ଅଧ୍ଯକ୍ଷ ମାଝିଆରାମ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ପୂର୍ବତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ , ସୁକାନ୍ତି ମୁର୍ମୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ପର୍ବତି ଟୁଡୁ ଏବଂ ରାମଚନ୍ଦ୍ର ମୁର୍ମୁ , ମହିଳା ପ୍ରେସିଡେଣ୍ଟ ରଶ୍ମିରେଖା ମହାନ୍ତ,ଲୁସାଡ଼ିହି ସରପଞ୍ଚ ଦୁର୍ଗା ଚରଣ ହେମ୍ବ୍ରମ , ପଞ୍ଚାୟତ ସମିତି ମେମ୍ବର ବାସନ୍ତୀ ମାଝୀଙ୍କ ସହ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ ।
ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ । ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା , ହରିଶ୍ଚନ୍ଦ୍ର ଯୋଜନା , କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା , କଳାକାର ଭତ୍ତା , ଦିବ୍ୟାଙ୍ଗ ଯୋଜନା , କାଳିଆ ଯୋଜନା, ଛାତ୍ରବୃତ୍ତି , ଶ୍ରମିକ କଲ୍ୟାଣ ଯୋଜନା ,ଖାଦ୍ଯ ସୁରକ୍ଷା , ଆବାସ ଯୋଜନା ,ବିଜୁ ସେତୁ ,ଘରକୁ ଘର ପାଣି, ବିଜୁ ଜ୍ୟୋତି ,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା , ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ , ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା ,ପଛୁଆ ବର୍ଗ କଲ୍ୟାଣ ଯୋଜନା , ଆଦିବାସୀ କଲ୍ୟାଣ ଯୋଜନା ,ମହିଳା ବିକାଶ ,କୃଷି ଓ କୃଷକ ଉନ୍ନତିକରଣ ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି । ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ