ବିଜେଡ଼ି ର ଜନ ସମ୍ପର୍କ ପଦ ଯାତ୍ରା ରେ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଦେଖାଇଲେ ଜନ ସମୁଦ୍ର

୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦୁଝର ଜିଲ୍ଲା :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡ଼ବିଲ ଠାରେ ବିଜେଡ଼ି ର ଜନ ସମ୍ପର୍କ ପଦ ଯାତ୍ରା ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରଥମେ ବଡ଼ବିଲ ର ନିଉ ମାର୍କେଟ ରୁ ସାନ୍ତବାହାଳ ପର୍ଯ୍ୟନ୍ତ ପୋଦଯାତ୍ରା ହୋଇଥିଲା ।

ଏବଂ ସେଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ରେ ଏକ ସଭା ମଧ୍ୟ ଆୟୋଜିତ କରା ଯାଇଥିଲା । ଏହି ସଭା ରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ , ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ, ଓ ବିଜେଡ଼ି ସଭା ନେତ୍ରୀ ରମଣୀ ନାୟକ, ଓ ଚମ୍ପୁଆ ଭାଇସ ଚେୟାର୍ ମ୍ୟାନ ଓ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

ଏହି ପଦଯାତ୍ରା ର ମୁଖ୍ୟ ଭୂମିକା ରୋହିଥିଲ ଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯେଉଁ ସବୁ ଯୋଜୋନ ରୋହିଛି ସେ ସବୁକୁ ସମସ୍ତ ଜନତା ଙ୍କ ପାଖରେ ପୋହୋଞ୍ଚାଇଥିଲେ । ଯଥ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ଡ୍ରିଙ୍କ ଫ୍ରମ୍ ଟ୍ୟାପ,ଆମ ଓଡ଼ିଶା ନବୀନ ଓଡ଼ିଶା,

ଶିକ୍ଷା କ୍ଷେତ୍ର ରେ ସରକାରୀ ସ୍କୁଲ, କଲେଜର ରୂପାନ୍ତରିତ କାର୍ଯ୍ୟ ଭଳି ଅନେକ ଯୁଗାନ୍ତ କାରି ଯୋଜନା ସବୁ ଲୋକ ମାନଙ୍କ ମଧ୍ୟରେ ପୋହୋଂଚାଇଥିଲେ। ଏବଂ ଏହି ସବୁ ଯୋଜନା ସମ୍ପର୍କରେ ଜାଣି ଲୋକ ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି।














