No Result
View All Result
୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ଗାନ୍ଧୀ ଜୟନ୍ତି ଠାରୁ ବିଜୁ ଜନତା ଦଳ ସାରା ରାଜ୍ୟରେ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବ୍ଳକ ଓ ନଗର ବିଜେଡି ପକ୍ଷରୁ ବୁଧବାର ପୌରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସହସ୍ରାଧିକ ଦଳୀୟ କର୍ମୀ ହିଞ୍ଜିଳି ନେତାଜୀ କଲ୍ୟାଣମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ ଦଳର ତୁଙ୍ଗ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଓ ବିକାଶର ସଫଳତା ବାର୍ତ୍ତା ହିଞ୍ଜିଳିର କୋଣ ଓ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ ।

ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଆନ୍ଦୋଳନର ରୂପ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟ ଓ ପ୍ରତିବଦ୍ଧତା ବଜାୟ ରଖିବା ନିମନ୍ତେ ମିଳିତ ଏବଂ ସମର୍ପିତ ଉଦ୍ୟମ ଜାରୀ ରଖି ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହେବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ,ପୌରାଧ୍ୟକ୍ଷ ସୁବାଷ ପୋଲେଇ,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ,ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ,ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା,ପ୍ୟାରୀ ମୋହନ ପାଢ଼ୀ,ହୃଦୟାନନ୍ଦ ମହାପାତ୍ର, କିରଣ କୁମାର ପଟ୍ଟନାୟକ,ପ୍ରଦୀପ କୁମାର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା, ବସନ୍ତ ବେହେରା,ଯୁଧିଷ୍ଠିର ସ୍ୱାଇଁ,ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ,ୱାର୍ଡସଭ୍ୟ, ଯୁବ , ଛାତ୍ର, ମହିଳା ଓ ସହସ୍ରାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

No Result
View All Result