No Result
View All Result
୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ମିଶନ ଶକ୍ତି ବିଭାଗ , ଓଡିଶା ସରକାରଙ୍କ ଆନୁକୁଲ୍ୟରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ , ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା , ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜୁକ୍ତା ବେହେରା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ପ୍ରକାଶ , ବି ସି ସି ବ୍ୟାଙ୍କ୍ ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡରେ ଯୋଡି ହୋଇଥିଲେ ।

ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୧୩ ଟି ବ୍ଲକ ରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ଯାଙ୍କ ଋଣ ପାଇଁ ସୁପାରିଶ କରାଯାଇଥିଲା ଏବଂ ବର୍ତ୍ତମାନ ୭୪୬ ଟି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଅଛି । ଆଜି ଏହି ଅବସରରେ ୧୩ ଟି ବ୍ଲକ ରେ ୩୬୪ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରାଯାଇଥିଲା ।
ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା । ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ ।

ଓସୱାନ ହଲରେ ଅନ୍ୟମାନଙ୍କ ମଧ୍ୟରେ ଡି.ଆଇ.ପି.ଆର.ଓ ମନୋଜ ବେହେରା , ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂହ , ଡି.ଏସ.ଡବ୍ଲୁ ଓ ପ୍ରଭାତିରାଣୀ ତ୍ରିପାଠୀ , ଡି.ପି.ସି ମିଶନ ଶକ୍ତି ଅମୃତ ପାଢୀ , ମିଶନ ଶକ୍ତି ଏମ.ବି.କେ , ସି.ଆର.ପି , ଜି.ପି.ଏଲ.ଏଫ ,ଡି.ଏଲ.ଏଫ , ବି. ଏଲ.ଏଫ. ସଭ୍ୟ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍କୁଟର ହସ୍ତାନ୍ତର କାର୍ଯ୍ୟକ୍ରମରେ ଭବାନୀପାଟଣା ଗ୍ରାମାଞ୍ଚଳର ୧୦୦ ରୁ ଊର୍ଦ୍ଧ୍ବ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
No Result
View All Result