No Result
View All Result
ଅନୁପୁରରେ ବିଜେଡିର ମିଶ୍ରଣ ପର୍ବରେ କଂଗ୍ରେସର ୬୭୧ କର୍ମୀ ବିଜେଡିରେ ମିଶିଲେ ।

୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଦିନେକିଆ ଗସ୍ତରେ ସୋମବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ଉର୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଆସି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବା ସହ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଗ୍ରାମଞ୍ଚଳର ଲୋକଙ୍କ ଗମନାଗମନ ପାଇଁ ରାଜ୍ୟ ସରକାର ନଦୀ ଓ ନାଳ ଉପରେ ବିଜୁ ସେତୁ ଯୋଜନାରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ବ୍ଳକର ନଦୀମୁଠା ଅଞ୍ଚଳରେ ରାଜ୍ୟ ସରକାରଙ୍କର ବିକାଶଧାରା ଜାରି ରହିଛି ।

ସୋମବାର ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ସରଳାପଦର ଠାରୁ ରୁବୁଡିସିଂ ରାସ୍ତାର ନାଳରେ ୪୬୩. ୬୨ ଲକ୍ଷ ଟଙ୍କାରେ ନିମିତ ଏବଂ ଉଦୟଗୁଡା ଠାରୁ ମାଣ୍ଡିଡି ରାସ୍ତାର ବଡ ବଡନଦୀ ଉପରେ ୬୪୦.୯୫ ଲକ୍ଷ ଟଙ୍କାରେ ନିମିତ ବିଜୁ ସେତୁକୁ ଉଦ୍ଘାଟନ କରିଥିଲେ ମନ୍ତ୍ରୀ । ଏଥିସହ ଅଞ୍ଚଳର ବରିଷ୍ଠ ବିଜେଡି କର୍ମୀଙ୍କ ନେତୃତ୍ବରେ ଉଦୟପୁର ପଞ୍ଚାୟତର ସୁନ୍ଦରବାଡ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅଞ୍ଚଳର ୭୭୧ ଜଣ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥିବୀରାଜ ସାହୁ, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବର ତିରୁପତି ରାଓ, ଆଦିବାସୀ ଉନ୍ନୟନ ଜିଲ୍ଲା ଅଧ୍ୟକ୍ଷ ମରୀୟମ ରଇତ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ,ଉପସଭାପତି, ଦଣ୍ଡାସି ସାହୁ, ଜିଲ୍ଲାଯୁବ ସଭପତି ଏସ. ଲିଙ୍ଗରାଜ,

ପୂର୍ବତନ ଆଦିବାସୀ ଉନ୍ନୟନ ଜିଲ୍ଲା ଅଧ୍ୟକ୍ଷ ଅନ୍ତର୍ଯ୍ୟିାମୀ ଗମାଙ୍ଗ, ମାରୁତି ପାଳ, ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜିଲ୍ଲାପରିଷଦ ଚନ୍ଦ୍ରକାନ୍ତ ମଲ୍ଲିକ, ଜେମସ୍ ରଇତ, ପ୍ରେମା ମାଝୀ ସମେତ ବିଜେଡି ଜିଲ୍ଲା ଓ ବ୍ଳକସ୍ତରୀୟ ପଦଧିକାରୀ ଏବଂ ଅଞ୍ଚଳର ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିକାଶମୂଳକ କିର୍ଯ୍ୟ ଏବଂ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସ୍ବଛ ପ୍ରଶାସନ ବିଷୟରେ ଅତିଥି ବକ୍ତବ୍ୟ କରିଥିଲେ । ଏହି ଅବସରରେ ଅଞ୍ଚଳର ୭୦୦ରୁ ଅଧିକ ସମର୍ଥକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ।

ରାଜ୍ୟ ସରକାରଙ୍କ ଦ୍ବାରା ଉପାନ୍ତ ଦୁର୍ଗମ ଅଞ୍ଚଳରେ ଲୋକାଭିମୁଖା ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ଏଥିରେ ପ୍ରଭାବିତ ହୋଇ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ଲୋକେ କାର୍ଯ୍ୟକ୍ରମରେ ବିଜେଡି ବ୍ଳକ ସଭାପତି ଯୋଜନ ମାଝୀ, ଜେମେସ ରାଇକା, ପ୍ରେମା ମାଝୀଙ୍କ ସମେତ ବ୍ଳକ ବିଜେଡିର ବରିଷ୍ଠ କର୍ମୀ ସହଯୋଗ କରିଥିଲେ । ମନ୍ତଙ୍କୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଏକ ହଜାରରୁ ଉଦ୍ଧ୍ବ ଅଞ୍ଚଳବାସୀ ଦାବିପତ୍ର ମନ୍ତ୍ରୀ ଦେଇଥିଲେ । ମନ୍ତ୍ରୀ କହିଥିଲେ ତୁମର ଦାବି ମାନ୍ୟବର ମୁଖ୍ୟମନ୍ତୀ ସହ କଥା ହୋଇ ଅତିଶ୍ରୀଘ ସମାଧାନ କରାଯିବ ବୋଲି ଲୋକଙ୍କୁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

No Result
View All Result