No Result
View All Result
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହିନ, ବଧିର ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟରେ ବୁଧବାର ଦିବା ୧୨ ସମୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ସପାହର ଉଦ୍ଯାପନ ଦିବସ ପାଳନ ହୋଇଯାଇଛି ଉକ୍ତ ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଜିଲ୍ଲା ସଚିବ ଆଇନ ସେବା ପ୍ରାଧିକରଣ ଶ୍ରୀଯୁକ୍ତ ରବିନାରାୟଣ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମଧୁସୁଦନ ପାଢି ଯୋଗ ଦେଇଥିଲେ । ଏହି ଉତ୍ସବରେ ସଭାପତି ଭାବେ ଅନୁଷ୍ଠିତର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ସଭାପତିତ୍ବ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ସୁରେନ୍ଦ୍ର ଜେନା (କୁଶାଦକ୍ଷ) ଏଥି ସହିତ ପରିଚାଳନା କମିଟିର ସଭ୍ୟମାନେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚନ୍ଦ୍ର କୁମାର ମଲ୍ଲିକ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ସ୍ବତନ୍ତ ଉନ୍ନୟନ ସଭ୍ୟ ଶ୍ରୀ ରାଜୀବ ମଳିକ ଯୋଗ ଦେଇଥିଲେ । ଉକ୍ତ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ବିଦ୍ୟାଳୟର ଦିବ୍ୟାଙ୍ଗ ପିଲାମାନେ ସଙ୍ଗାତ ପରିବେଷଣ କରି ଅତିଥି ମାନଙ୍କୁ ସ୍ବାଗତ ଜଣାଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରବିନାରାୟଣ ବେହେରା ମୋହଦୟ ପିଲାମାନଙ୍କୁ ପାଣି ବୋତଲ ବାଣ୍ଟିବା ସଙ୍ଗେ ସଙ୍ଗେ ମିଷ୍ଟନ ବଣ୍ଟନ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷା କମିଟିର ସଭ୍ୟ ତଥା ହାସ୍ୟ ବ୍ୟଙ୍ଗ କବି ମଧୁସୁଦନ ନାୟକ ଧନ୍ୟବାଦ ଅର୍ପଣ କରିବା ସହିତ ସଭାପତି ସଭା ସାଙ୍ଗ କରିଥିଲେ ।

No Result
View All Result