• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାଟିଆଳି ଗାଁ ରେ ଜାମଦା ବିଜେଡ଼ି ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

Proprietor Abhimanyu Maharana by Proprietor Abhimanyu Maharana
October 11, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମାଟିଆଳି ଗାଁ ରେ ଜାମଦା ବିଜେଡ଼ି ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
Share on FacebookShare on TwitterWhatsapp

୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ହେଁସଡା ଗ୍ରାମ ପଞ୍ଚାୟତ ର ମାଟିଆଳି ଗାଁ ରେ ବିଜେଡିର ଜନସମ୍ପର୍କ ଯାତ୍ରା ୧୭ ନମ୍ବର ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ମାଟିଆଳି ଗାଁକୁ ବିଜେଡ଼ି କର୍ମୀଗଣ ପରିକ୍ରମା କରିଥିଲେ ଏବଂ ଏକ ସଭା ର ଆୟୋଜନ ମଧ୍ୟ କରାଯାଇଥିଲା | ଏହି ସଭାରେ ଜାମଦା ବ୍ଲକ ମହିଳା ସଭାପତି ସତ୍ୟବତୀ ମୁହାକୁଡ଼ ଦର୍ଶାଇଥିଲେ ଯେ ଗରିବ, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ବିଜେଡ଼ି କାମ କରି ଆସୁଛି । ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କାମ କରୁଛି । ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବାକୁ ବହୁଦିନର ଉଦ୍ୟମ ଥିଲା । ଖୁସିର କଥା ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହୋଇଛି । ଓଡ଼ିଶା ଏବେ ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି ।

ଜାମଦା ବ୍ଲକ ର ୧୭ ନମ୍ବର ଜୋନର ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ଉପସ୍ଥିତ ରହି ମନ୍ତବ୍ୟ ଦେଇ କହିଥିଲେ ଯେ ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ସହ ଗେମଚେଞ୍ଜର ହୋଇଛି । ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି କରିଛି । ସ୍କୁଲ ରୂପାନ୍ତରଣ ପାଇଁ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ଥିବା ତାରତ୍ୟମ ଦୂର ହୋଇଛି । ଖାଦ୍ୟ ସୁରକ୍ଷା ହେଉ କି ବିପର୍ଯ୍ୟୟ ପରିଚାଳନା କି କ୍ରୀଡା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ରୋଲମଡେଲ ସାଜିଛି । ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ସାରା ଦେଶରେ ୨ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ବିରୋଧୀଙ୍କର କାମ ପାଲଟିଛି । ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରିଥାନ୍ତି ।

ଏଥିପାଇଁ ଲୋକେ ସବୁବେଳେ ବିରୋଧୀ ଦଳକୁ ପ୍ରତ୍ୟାଖାନ କରି ଆସୁଛନ୍ତି ।ତାଳଗାଁ ଗ୍ରାମ ପଞ୍ଚାୟତର ବିଜେଡି ସଂଯୋଜକ ସେକ୍ ମୁସ୍ତଫା ଅଲ୍ଲୀ ଯୋଗଦେଇ କହିଲେ ଯେ ବିଗତ ୩୦ ବର୍ଷ ପୂର୍ବର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳ ତାରତମ୍ୟ ରହିଛି | ନବୀନ ସରକାରଙ୍କ ଦ୍ବାରା ରାଜ୍ୟ ବିକାଶ ପଥରେ ଧାଇଁବା ସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ।

ଏହି ଅବସରରେ ମହାନ୍‌‌ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ।ଜାମଦା ବ୍ଲକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟରେ ଦାରିଦ୍ର୍ୟ ଦୂର ହୋଇପାରିବା ସହ ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦାରଖ କରୁଛନ୍ତି | ଏହି ସାଂଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ, ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର ଓ ମହିଳା ଆଦି ଛାମୁଆ ସଂଗଠନ, କୃଷକ, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ୍‌‌, ସଂସ୍କୃତି ପ୍ରଭୃତି ସାମୁଖ୍ୟର କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମ କିଭଳି ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା ତା’ର ସବିଶେଷ ବିବରଣୀ ବିଜେଡି ସୁପ୍ରିମୋଙ୍କୁ ଆସନ୍ତା ଦିନରେ ପ୍ରଦାନ କରାଯିବ

ସେହିପରି ବିଜେଡି ପ୍ରେମୀ ବରିଷ୍ଠ ନାଗରିକ ଦୁର୍ଗା ହେମ୍ବ୍ରମ ଯୋଗଦେଇ ବଖାଣିଲେ ଯେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ମନ୍ତବ୍ୟ ଦେବା ସହ ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ବିଜେଡିର ସଦସ୍ୟମାନେ ପଦଯାତ୍ରା ଅବସରରେ ପ୍ରତିଟି ପରିବାର ପାଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି | ତତ୍ ସହ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ଲାଭ କିପରି ପ୍ରତିଟି ସାଧାରଣ ଲୋକ ଉଠାଇ ପାରିବେ ସେନେଇ କାର୍ଯ୍ୟ ମଧ୍ୟ ହେଉଛି । ରାଜ୍ୟ ସରକାରଙ୍କ ସଫଳତାର ସୂଚନା ଘରେ ଘରେ ପହଞ୍ଚାଇବା ସହ ବିରୋଧୀଙ୍କ ଅପପ୍ରଚାର, ଷଡଯନ୍ତ୍ରର ମୁଖା ଖୋଲିଦେବା ପାଇଁ ଗତ ମାସରେ ଅନୁଷ୍ଠିତ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ର ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ରଣନୀତି ପ୍ରସ୍ତୁତ ହୋଇ ସାରିଛି । ଅପରପକ୍ଷେ ବିଜେଡି ପକ୍ଷରୁ ଏବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କୁ ନେଇ ମାଷ୍ଟର ଟ୍ରେନ୍‌‌ କାର୍ଯ୍ୟକ୍ରମ ଜାରି ରହିଥିବା ପ୍ରକାଶ କରିଥିଲେ | ଏହି ପଦଯାତ୍ରାରେ ସାମିଲ୍ ଥିବା ବ୍ୟକ୍ତି ବିଶେଷ ସାବିତ୍ରୀ ହେମ୍ବ୍ରମ,ନିମାଇଁ ଭାଇ,ସମାଜସେବୀ ସୁବାଷ ମଣ୍ଡଳ,ୟୁଏସ୍ଆଇ ସ୍ବେଚ୍ଛାସେବୀ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ,ଦୁର୍ଗା ଚରଣ ହେମ୍ବ୍ରମ,ହରିହର ଟୁଡୁ,ତାଳଗାଁ ବିଜେଡ଼ି ସଭାପତି ଲକ୍ଷ୍ମୀକାନ୍ତ ପାତ୍ର,ଲକ୍ଷ୍ମଣ ସୋରେନ୍,ସତ୍ୟବତୀ ମୁହାକୁଡ଼,ପୂର୍ଣ୍ଣ ବାବୁଙ୍କ ନାମରେ ବୁଢ଼ାରାଣା ଯାନ୍ତାଳ ପୀଠରେ ୟୁଏସ୍ଆଇ ସଂଗଠନ ପକ୍ଷରୁ ୧୦ଗୋଟି ଚାରାରୋପଣ କରି ପଦଯାତ୍ରାକୁ ସମାପ୍ତ କରାଯାଇଥିଲ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version