No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲାର ବଆମନଘଆଟଈ ଉପଖଣ୍ଡର ପୃଥକ୍ ପୃଥକ୍ ସ୍ଥାନରେ ତିନି ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ । ଆତ୍ମହତ୍ୟା ମହାପାତ୍ର ।ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଥିବା ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସ୍ବେଛାସେବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆତ୍ମହତ୍ୟା ବ୍ୟାଧି ରୋଗ ପାଇଁ ଆଜିଯାଏଁ କିଛି ବ୍ୟବସ୍ଥା ହୋଇ ପାରିଲା ନାହିଁ । ଆର୍ଥିକ, ପାରିବାରିକ କଳହ,ପ୍ରେମ ଜନିତ ବ୍ୟାପାର, ସରକାରୀ ଅଫିସରେ କାର୍ଯ୍ୟ ଚାପ, ବେସରକାରୀ କାର୍ଯ୍ୟାଳୟରେ ଚାପ ,ଋଣ କାରବାର, ମୋବାଇଲର ବିଭିନ୍ନ ଭିଡିଓ କୁ ନେଇ କଳହ ଓ ନିଜ ଦେହକୁ ନେବାବିଭିନ୍ନ ପରିସ୍ଥିତିରେ ନେଇ ମଣିଷ ଦୁର୍ଲଭ ମୂଲ୍ୟବାନ ଜୀବନକୁ ନିମିଷେ ମାତ୍ରେ ହରାଇବାକୁ ପଛାଉ ନାହାନ୍ତି ।
ସୂଚନା ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଢ଼ା ଗ୍ରାମର ରୁବେନ୍ଦ୍ର ମହାରଣା (୩୮) କୌଣସି ନ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରୁବେନ୍ଦ୍ର ଗତ ଶୁକ୍ରବାର ଦିନ ମଧ୍ୟ ଘରଛାଡି ପଳାଇ ଯାଇଥିଲେ ଆଉ ଘରକୁ ଫେରିନଥିଲେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଆଜି ଗ୍ରାମ ନିକଟସ୍ଥ ଏକ ବିଲ ମଝିରେ ଥିବା ଗଛରେ ତାଙ୍କର ମୃତ ଦେହ ଝୁଲୁ ଥିବାର ଦେଖିବାକୁ ପାଇ ଗ୍ରାମବାସୀମାନେ ଗୋରୁମହିଷାଣୀ ଥାନାରେ ସୂଚନା ଦେଇଥିଲେ।ଗୋରୁମହିଷାଣୀ ଏଏସଆଇ ଲମ୍ବଦର ବାରିକ ଶବକୁ ଜବତ କରି ବ୍ୟବଛେଡ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଏନେଇ ଗୋରୁମହିଷାଣୀ ଥାନାରେ କେଶ୍ ନଂ ୧୯/୨୩ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖନା ଗ୍ରାପ ବଡ଼ଗାଁ ଗ୍ରାମର ବାଦଲ ମାଝୀଙ୍କ ପୁଅ ଆକାଶ(୨୭) ଆଜି ସନ୍ଧ୍ୟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଶବକୁ ଉଦ୍ଧାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ୍ ହସ୍ପଟାଲ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ସେହିପରି ତିରିଂ ଥାନା ଅନ୍ତର୍ଗତ ତିରିଂ ଗ୍ରାମର ଭରତ ଚନ୍ଦ୍ର ମହାନ୍ତ (୫୭) ଆଜି ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତିରିଂ ପୋଲିସ୍ କେସ ନଂ ୧୮/୨୩ ରେ ଏକ ଅପମୃତ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତଦସହ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।
No Result
View All Result