No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟପୁର/ଭୁବନେଶ୍ୱର :-> ବିଶିଷ୍ଟ ସମାଜସେବୀ ଏବଂ ରାୟପୁର ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ମନୋନୀତ ହୋଇଛନ୍ତି।ଶ୍ରୀ ମିଶ୍ର ଙ୍କୁ ରାୟପୁର ନଗର ଉତ୍ତର ଆସନ ରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି।ଛତିଶଗଡ଼ ବିଧାନସଭା ନିର୍ବାଚନରେ କୌଣସି ଜାତୀୟ ଦଳ ତରଫରୁ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ।ଗାୟତ୍ରୀ ନଗରଠାରେ ଶ୍ରୀ ମିଶ୍ର ଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ପୁରନ୍ଦର ମିଶ୍ର, ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜ ର ସଭାପତି ରୂପେ ସର୍ଵସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।ଏହି ବୃହତ ସମାଜ ଅଧୀନରେ ପ୍ରଦେଶରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଅଧିବାସୀ ଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ ଟି ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି । ଶ୍ରୀ ମିଶ୍ର ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଅଛନ୍ତି ।
ଶ୍ରୀ ମିଶ୍ର ଙ୍କୁ ବିଜେପି ପାର୍ଥୀ ଘୋଷଣା କରାଯିବା ପରେ ଛତିଶଗଡ଼ ର ଓଡ଼ିଆ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ କରାଯାଉଛି। ଓଡ଼ିଶା ଏବଂ ସାରା ଦେଶରେ ଶ୍ରୀ ମିଶ୍ର ଙ୍କର ସମର୍ଥକ ଓ ଶୁଭଚିନ୍ତକ ତଥା ଦେଶ ବିଦେଶର ପ୍ରବାସୀ ଓଡ଼ିଆ ନେତୃବର୍ଗମାନେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ ।

No Result
View All Result