No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଥିବା ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଶୁ କନ୍ୟା ମାନଙ୍କୁ ନେଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ କରାଯାଉଛି। ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିଧାମଡ଼ଙ୍ଗର ଶିଶୁ କନ୍ୟା ମାନଙ୍କୁ ନେଇଁ ଆଜି ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଏଥିଲେ 100 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ହେଉଛି ଶିଶୁ କନ୍ୟା ମାନଙ୍କର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଏବଂ ସରକାରଙ୍କର ଶିଶୁକନ୍ୟା ମାନଙ୍କ ପାଇଁ ବିଭିନ୍ନ ଯୋଜନା ଯଥା ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ ଏବଂ ଗ୍ରୀନ୍ ପେସେଜ୍ ଉପରେ ଆଲୋକପାତ କରିବା ।
ଏହା ସହ ଗତ 7 ତାରିଖରେ ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟର 150 ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ନେଇଁ ଏହିଭଳି କର୍ମଶାଳା ଆୟୋଜନ କରାଯାଇଥିଲା । ଏହା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହଯୋଗରେ କରାଯାଉଥିଲା ବେଳେ ଶିଶୁ ମାନେ କିପରି ନିଜର ସୁରକ୍ଷା ନିଜେ କରିବେ ତାହାରି ଉପରେ ଗୁରୁତ୍ବାରୋପ କରାଯାଉଛି।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ ତ୍ରିପାଠୀ ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କ ସହିତ ଶିଶୁ ସୁରକ୍ଷା ଉପରେ ଆଲୋଚନା କରିବା ସହ ତାଙ୍କ ଅଞ୍ଚଳର ସମସ୍ୟାକୁ କିପରି ଜିଲ୍ଲା ପ୍ରଶାସନ ଆଗରେ ଉପସ୍ଥାପନ କରିବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ, ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀ ଜୟ ପ୍ରକାଶ ବାଡତିଆ, ସି.ସି.ଡି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

No Result
View All Result