No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂସ୍ଥା ଜାଗ୍ରୃତିକା ପକ୍ଷରୁ ପୁଣ୍ୟଶ୍ଲୋକ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ନାଚୁଣୀ ନିକଟବର୍ତ୍ତୀ ହରିପୁର ବ୍ରୃଷଭଛକ ନିକଟରେ ଅନୁଷ୍ଠାନ ର ବରିଷ୍ଠ ପରାମର୍ଶଦାତା ବାଗ୍ମୀ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏବଂ ଅନୁଷ୍ଠାନ ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ପ୍ରାକ୍ତନ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଓ କାଳୁ ଚରଣ ସାମନ୍ତରାୟ, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ,
ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ଯୁଵଜ୍ୟୋତି ହାଇସ୍କୁଲ,କୁମାଣ୍ଡୋଳ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ସତ୍ୟସାଇ ସଙ୍ଗଠନର କର୍ମକର୍ତ୍ତା ଶରତ କୁମାର ପାତ୍ର, ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ,ନୀରଦ କୁମାର ମହାପାତ୍ର, ଶିକ୍ଷକ ପ୍ରଭାତ କୁମାର ସୁନ୍ଦରାୟ,ବେଣୁଧର ସାହୁ, ପୁରୁଷୋତ୍ତମ ମିଶ୍ର,ପଣ୍ଡିତ ଭବାନୀ ଶଙ୍କର ଶତପଥୀ ପ୍ରମୁଖ ଉତ୍କଳ ମଣି ଗୋପବନ୍ଧୁଙ୍କ ସେବା ଓ ତ୍ୟାଗର ବହୁବିଧ ଦ୍ରୃଷ୍ଟାନ୍ତର ସ୍ମୃତି ଚାରଣ କରି ଆଜିର ଦେଶ ସେଵକ ମାନେ ଉତ୍କଳ ମଣି ଙ୍କ ତ୍ୟାଗ ପୂତ ନିଃସ୍ଵାର୍ଥପର ଜନସେବା ରେ ଉଦ୍ ବୁଦ୍ଧ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ କବି ଆଶିଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result